ରାସ୍ତା ଅବସ୍ଥା ଶୋଚନୀୟ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ କନ୍ତିଆ ଗ୍ରାମ୍ୟ ରାସ୍ତା ଶୋଚନୀୟ ହୋଇପଡିଛି । ଉକ୍ତ ରାସ୍ତା ଉପରେ କନ୍ତିଆ କଲେଜ ଓ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ରାଉତ ସାହି, ସାହୁ ସାହି, ନାୟକ ସାହି, ଯେନା ସାହି, ଶାସନର ଶହ ଶହ ଲୋକ ନିର୍ଭର କରିଥାନ୍ତି । ଉକ୍ତ ରାସ୍ତାଟି ଗଣିଜାଙ୍ଗ-କନ୍ତିଆ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାରୁ କନ୍ତିଆ ଗ୍ରାମକୁ ଯାଇଥିବା ପ୍ରାୟ ୧କିମି ରାସ୍ତାରେ ବାରମ୍ବାର କାର୍ଯ୍ୟ ହେବା ସତ୍ତେ କାଦୁଅ, ଖାଲଖମାରେ ଭର୍ତ୍ତି ହୋଇଛି । ଉକ୍ତ ରାସ୍ତାର ନାୟକ ସାହି ପାଖରେ ଫୁଟ ବ୍ରିଜ୍ ଥିବା ବେଳେ ତାହାର ସୁରକ୍ଷା ବାଡ ନାହିଁ । ନାୟକ ସାହିରୁ କନ୍ତିଆ ଶାସନ ରାସ୍ତା ପ୍ରାୟ ୩ ଶହ ମିଟରରୁ ଅଧିକ ରାସ୍ତା । ଅଦ୍ୟାବଧି ସ୍ୱାଧିନତାର ଏତେ ବର୍ଷ ପରେ ମଧ୍ୟ ମାଟି ରାସ୍ତା ସହିତ ଅଣ ଓସାରିଆ ରାସ୍ତାଟି ମରାମତି ଅଭାବରୁ ମରଣଯନ୍ତା ପାଲଟିଛି । ବ୍ଲକ ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ