ରାସ୍ତା ଅ ।ଲେ ।କୀକରଣ ନିମନ୍ତେ ଦାୟିତ୍ୱ ନେଇଥିବା “ନିଭ୍ ଏନାର୍ଜୀ’ ସଂସ୍ଥାର ଦାୟିତ୍ୱହୀନତା ୩ ହଜାର ଏଲଇଡି ଲାଇଟ୍ ଅଚଳ, ଅନ୍ଧାରରେ ଜନତା
ବ୍ରହ୍ମପୁର : ଜନସାଧାରଣଙ୍କୁ ସେବା ଯେ ।ଗାଇ ଦେବା ଦିଗରେ ସରକାରୀ କର୍ମ·ରୀମାନେ ବିଫଳ ଘଟଣାକୁ କେନ୍ଦ୍ରକରି ରାଜ୍ୟ ସରକାର ଘରେ ।ଇକରଣ ବ୍ୟବସ୍ଥାକୁ ଅ ।ପଣେଇଛନ୍ତି । ଘରେ ।ଇକରଣ ବ୍ୟବସ୍ଥା ଲାଗୁ ହେବା ପରେ ବିଭିନ୍ନ କ୍ଷେତ୍ରରେ ସେମାନେ ମଧ୍ୟ ଜନସାଧାରଣଙ୍କୁ ସେବା ଯେ ।ଗାଇ ଦେବାରେ ସମ୍ପୂର୍ଣ୍ଣ ବିଫଳ ହେ ।ଇଛନ୍ତି । ବ୍ରହ୍ମପୁର ମହାନଗର ନିଗମ ସମେତ ରାଜ୍ୟର କଟକ, ଭୁବନେଶ୍ୱର, ରାଉରକେଲା, ସମ୍ବଲପୁର ଏଭଳି ୫ଟି ସହରରେ ରାସ୍ତା ଅ ।ଲେ ।କ ବ୍ୟବସ୍ଥା ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ “ନିଭ୍ ଇନାର୍ଜି’ ଏକ ଘରେ ।ଇ ସଂସ୍ଥା ସହିତ ୨୦୧୭ ଡିସେମ୍ବର ମାସରେ ଚୁକ୍ତିନାମା କରିଥିଲେ । ଏହି ସଂସ୍ଥା ରାଜ୍ୟ ସରକାରଙ୍କ ଠାରୁ ରାସ୍ତା ଅ ।ଲେ ।କ ବ୍ୟବସ୍ଥାର ଖର୍ଚ୍ଚ ଓ ମରାମତି ବାବଦକୁ ବାର୍ଷିକ ୫ କେ ।ଟି ଟଙ୍କା ୭ ବର୍ଷ ନିମନ୍ତେ ଏଗ୍ରିମେଣ୍ଟ ହେ ।ଇଥିଲା । ଏଗ୍ରିମେଣ୍ଟ ଅନୁସାରେ ଉକ୍ତ ସଂସ୍ଥା ସରକାରଙ୍କ ଠାରୁ ଉକ୍ତ ଟଙ୍କା ମଧ୍ୟ ନେଇଛି । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦେଖା ଦେଇଛି ଉକ୍ତ ସଂସ୍ଥା ପ୍ରାଥମିକ ଭାବେ ଯେଉଁସବୁ କାଯର୍ୟ କରିଥିଲା ତାହା ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ ଅବସ୍ଥା ସୃଷ୍ଟି ହେ ।ଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ, ବ୍ରହ୍ମପୁର ମହାନଗର ନିଗମ ଅଧିନରେ ୧୨ ହଜାର ଲାଇଟ ସଂଯେ ।ଗ ପାଇଁ ବ୍ୟବସ୍ଥା କରାଯାଇଥିଲା । ଇତିମଧ୍ୟରେ ଦେଖାଦେଇଛି ପ୍ରାୟ ୩୦୦୦ଟି ଲାଇଟ୍ ବିଦ୍ୟୁତ ଖୁଣ୍ଟରେ ଅଚଳ ହେ ।ଇ ରହିଛି ଏବଂ କେତେକ ସ୍ଥାନରେ ଦିନରାତି ଏଲଇଡି ଲାଇଟ ଗୁଡ଼ିକ ଜଳି ରହୁଥିବା ଦେଖିବାକୁ ମିଳୁଛି ଏବଂ ସମ୍ପୃକ୍ତ ସଂସ୍ଥା ନିଭ୍ ଏନାର୍ଜି କର୍ତ୍ତୃପକ୍ଷ ଏଗ୍ରିମେଣ୍ଟ ଅନୁସାରେ ମରାମତି କରୁନାହିଁ କିମ୍ବା ସଂସ୍ଥାର କର୍ମକର୍ତ୍ତାଙ୍କ ଦେଖା ମିଳୁନାହିଁ । ଉକ୍ତ ସଂସ୍ଥା ବିରେ ।ଧରେ ମହାନଗର ନିଗମ କର୍ତ୍ତୃପକ୍ଷ କୌଣସି କାଯର୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯେ ।ଗୁଁ ସାଧାରଣ ଜନତା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ବ୍ରହ୍ମପୁର ସହରବାସୀଙ୍କ କର ଓ ଟିକସ ବାବଦ ଅର୍ଥ କିଭଳି ଭାବେ ଅପବ୍ୟୟ ହେଉଛି ଏ ସମ୍ପର୍କରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବେ ।ଲି ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦର ଅ ।ବାହକ ରବି ରଥ ରାଜ୍ୟ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଅ ।କର୍ଷଣ କରିଛନ୍ତି ।