ରାସ୍ତା ଉପରେ ଦୁଇ ତହସିଲ କର୍ମଚାରୀ ହାତାହାତି ଘଟଣା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗୁରୁବାର ଗୁଲନଗର ଦଣ୍ଡାମୁଣ୍ଡ ଛକରେ ଦୁଇ ତହସିଲ କର୍ମଚାରୀଙ୍କ ହାତାହାତି ଘଟଣାକୁ ନେଇ ଶୁକ୍ରବାର ଜଣେ କର୍ମଚାରୀଙ୍କୁ କେନ୍ଦ୍ରାପଡାରୁ ରାଜନଗର ତହସିଲକୁ ବଦଳି କରାଯାଇଛି । ଏହାକୁ ନେଇ ସମଗ୍ର ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟି ହୋଇଛି । କାରଣ ଦୁଇ ଜଣଙ୍କ ମଧ୍ୟରେ ଚୋରା ପ୍ରେମ ଚାଲିଥିଲା । ହେଲେ କୈାଣସି କାରଣକୁ ନେଇ ମହିଳା ଜଣଙ୍କ ପୁରୁଷ ବନ୍ଧୁଙ୍କ ଠାରୁ ଦୂରତ୍ୱ ରକ୍ଷା କରୁଥିଲେ । କିନ୍ତୁ ଏଥିରେ ପୁରୁଷ ବନ୍ଧୁ ଜଣଙ୍କ ଅତିଷ୍ଟ ହୋଇପଡିଥିଲେ । ଏହାର କାରଣ ଥିଲା ଦୀର୍ଘ ଦୁଇ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଯେଉଁ ଗୋପନ ପ୍ରେମ ଚାଲିଥିଲା ସେହି ସମୟରେ ପୁରୁଷ ବନ୍ଧୁ ଜଣଙ୍କ ଅନେକ ଉପହାର ମହିଳାଙ୍କୁ ଦେଇଥିଲେ । ଏପରିକି ମହିଳା ଜଣଙ୍କ ଗରାପୁରରେ ଯେଉଁ ଆଲିସାନ ବଙ୍ଗଳା କରିଛନ୍ତି ସେଥିରେ ପୁରୁଷ ବନ୍ଧୁଙ୍କ ଅର୍ଥ ଲାଗିଛି । କିନ୍ତୁ କିଛିଦିନ ହେବ ମହିଳା ଜଣଙ୍କ ପୁରୁଷ ବନ୍ଧୁଙ୍କ ଠାରୁ ଦୂରତ୍ୱ ରକ୍ଷା କରୁଥିବାରୁ ପୁରୁଷ ବନ୍ଧୁ ଏଥିରେ କ୍ଷୁବ୍ଧ ହୋଇଥିଲେ । ତେଣୁ ରାଗ ସୁଝାଇବା ପାଇଁ ସେ ମଉକା ଖୋଜୁଥିଲେ । ଗୁରୁବାର ସନ୍ଧ୍ୟାରେ ମହିଳା ଜଣଙ୍କ ତହସିଲ କାର୍ଯ୍ୟାଳୟରୁ ଗରାପୁରସ୍ଥିତ ନିଜ ଆଲିସାନ ବଙ୍ଗଳାକୁ ଯାଉଥିବା ବେଳେ ତାଙ୍କୁ ପୁରୁଷ ବନ୍ଧୁ ଅନୁସରଣ କରିଥିଲେ । ଦଣ୍ଡାମୁଣ୍ଡ ଛକରେ ମହିଳାଙ୍କ ସ୍କୁଟିକୁ ସାଇଡ ମାରିଥିଲେ । ଫଳରେ ମହିଳା ଜଣଙ୍କ ତଳେ ପଡି ଆହତ ହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ହାତାହାତି ହୋଇଥିଲା । ତେବେ ଦୁଇଜଣ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ କାହିିଁକି ବଦଳି କରାଗଲା ଓ ଅନ୍ୟ ଜଣଙ୍କୁ କାହିଁକି ଓ କେଉଁ କାରଣରୁ ସୁରକ୍ଷା ଦିଆଗଲା ତାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ଙ୍କ ଦାୟୀତ୍ୱରେ ଥିବା ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଯେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସେ ଏହି ବଦଳି କରିଛନ୍ତି । ଯଦି ଗ୍ରୁପ- ସି ଚାକିରୀ କରିଥିବା ଜଣେ କର୍ମଚାରୀ ଆଲିସାନ ବଙ୍ଗଳା କରିଛନ୍ତି ତାହାର ତଦନ୍ତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ