ରାସ୍ତା କଡକୁ ତେଲ ଟେଙ୍କର ଟ୍ରକ ଓଲଟି ୨ ଆହାତ
ଭଂଜନଗର ,(ଯୁଗାବ୍ଦ ନ୍ୟୁଜ୍) : ଭଂଜନଗର ନିକଟସ୍ଥ ଗଣ୍ଡିଶୁଳା ନିକଟରେ ଏକ ତେଳ ଟେଙ୍କର ଟ୍ରକ ଓଲଟି ଡ୍ରାଇଭର ସମେତ ହେଲପର ଆହାତ ହୋଇଛନ୍ତି । ଆହାତ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଭଂଜନଗର ମେଡିକାଲରେ ଭର୍ତ୍ତି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏକ ତେଲ ଟେଙ୍କର ଟ୍ରକ ଫୁଲବାଣୀରୁ ଭଂଜନଗର ଅଭିମୁଖେ ଆସୁଥିବା ସମୟରେ ଭଂଜନଗର ନିକଟ ଗଣ୍ଡିଶୁଳା ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଟ୍ରକ ଟି ରାସ୍ତା କଡକୁ ଓଲଟି ପଡିଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।