ରାସ୍ତା କଡରୁ ମୃତ ଦେହ ଉଦ୍ଧାର

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଧାମନପୁର ନିକଟରେ ରାସ୍ତା କଡରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ମୃତ ଜଣକ ହେଲେ ଧାମନପୁର ପଞ୍ଚାୟତ କେନ୍ଦୁଗୁଡା ଗାଁର ପ୍ରେମମାଝୀ (୫୮)ସାଇକଲରୁ ପଡି ତାଙ୍କର ମୃତ୍ୟୁ ହୋଇଥିବା କୁହା ଯାଇଛି । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜଵତ କରିଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିବା ଵେଳେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ କହୁଛି । ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ଜଵତ କରିଥିଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଦଶପୁର ଫାଣ୍ଡି ପୋଲିସ ଏସଆଇ ଚନ୍ଦ୍ରହାସ୍ୟ୍ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ