ରାସ୍ତା କଡରୁ ଯୁବକର ମୃତଦେହ ଉଦ୍ଧାର,ହତ୍ୟା ନା ଆତ୍ମହତ୍ୟା ?
ପାରାଦୀପ,(ପିତବାସ ପ୍ରଧାନ):ପାରାଦୀପ ଭୂତମୁଣ୍ଡାଇ ଜାତୀୟ ରାଜପଥ କଡରୁ ବ୍ୟକ୍ତି ଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପାରାଦୀପ ଲକ ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ମୃତ ବ୍ୟକ୍ତିଙ୍କର ପରିଚୟ ମିଳିଛି। ସେ ତାଳଚେର ବଇଣ୍ଡା ଅଞ୍ଚଳର ବୄନ୍ଦାବନ ପ୍ରଧାନ ବୟସ ୨୯ ବର୍ଷ । ସେ ଜଣେ ଟ୍ରକ ଡ୍ରାଇଭର ଭାବେର କାର୍ଯ୍ୟ କରନ୍ତିବୋଲି ବୄନ୍ଦାବନ ଙ୍କ ପକେଟରେ ଥିବା ମୋବାଇଲ ରୁ ପୋଲିସ ସୂଚନା ପାଇଥିଲେ। ହେଲେ ସେ କେଉଁ ଟ୍ରକର ଡ୍ରାଇଭର ଓ କିପରି ତାଙ୍କର ଏଭଳି ଅବସ୍ଥାରେ ମୄତଦେହ ମିଳିଲା ସେ ନେଇ ପୋଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି।ତେବେ ସାଇଣ୍ଟଫିକ୍ ଟିମ୍ ଆସିବା ପରେ ଶବ ବ୍ୟବଛେଦ ହେବବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


