ରାସ୍ତା କଡରେ ଅର୍ଦ୍ଧ ପାଗଳର ମୃତ ଶରୀର

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା, ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ବାଲିପଦର ମୁଖ୍ୟ ସଡକରେ ଅବସ୍ଥିତ ଏଟିଏମ ନିକଟ ରାସ୍ତା କଡରେ ଜଣେ ଅର୍ଦ୍ଧ ପାଗଳ ଡିସେମ୍ବର ୦୮ ତାରିଖ ଦିନ ସକାଳେ ବସିଥିବା ବେଳେ ଟଳି ପଡି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଆସିକା ଥାନା ଅନ୍ତର୍ଗତ ଆସିକା ନୂଆଗାଁ ଗ୍ରାମର କାଶୀନାଥ ସାହୁଙ୍କ ପୁଅ ଚନ୍ଦ୍ର ସାହୁ (୪୦)ଙ୍କ ମସ୍ତିଷ୍କ ବିକୃତି ଯୋଗୁଁ କିଛିଦିନ ହେଲା ବିଭିନ୍ନ ସ୍ଥାନକୁ ଚାଲି ଯାଉଥିବା ବେଳେ ଗତକାଲି ବାଲିପଦରକୁ ଆସିଥିଲେ। ଆଜି ସକାଳେ ମୁଖ୍ୟ ସଡକରେ ଥିବା ଏଟିଏମ ନିକଟରେ ସୂର୍ଯ୍ୟ କିରଣରେ ବସିଥିବା ବେଳେ ହଠାତ୍ ସଡକ କଡରେ ତଳେ ପଡିଯାଇଥିଲେ। ଲୋକଟି ପଡିଯିବା ପରେ ନଉଠିବା ଯୋଗୁଁ ଲୋକଙ୍କ ମଧ୍ୟରେ ସନ୍ଦେହ ହେବାରୁ ସରପଞ୍ଚ ଓ ପୋଲିସକୁ ଜଣାଇଥିଲେ। ବାଲିପଦର ଓଆଇସି ନିରଞ୍ଜନ ଦାଶ ଓ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ଜେନା ପହଞ୍ଚି ଦେଖିଲା ବେଳକୁ ଅର୍ଦ୍ଧ ପାଗଳ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି। ମୃତ ଚନ୍ଦ୍ରଙ୍କ ଠିକଣା ଜଣା ନଥିବା ବେଳେ ତାଙ୍କ ପକେଟରେ ଏକ ମୋବାଇଲ ଦେଖି ସରପଞ୍ଚ ଶ୍ରୀ ଜେନା ତାହା ବାହାର କରି ସର୍ଚ୍ଚ କରି ମୃତ ଚନ୍ଦ୍ରଙ୍କ ସଢୁଭାଇ ଙ୍କ ନମ୍ବର ପାଇ ତାଙ୍କ ନିକଟକୁ ଫୋନକରି ପରିଚୟ ସଂଗ୍ରହ ହୋଇଥିଲା। ସ୍ବର୍ଗତ ଚନ୍ଦ୍ର ସାହୁଙ୍କ ଧର୍ମପତ୍ନୀ ଭୁବନେଶ୍ୱରରେ ମୁଲକାମ କରୁଥିବା ଥିବା ବେଳେ ଏକ ବାର ବର୍ଷର ପୁଅ ଅଛି। ସଢୁଭାଇ ମନୋରଞ୍ଜନ ଦାସଙ୍କ ନିଜ ଗ୍ରାମ ଦିଗପହଣ୍ଡି ହୋଇଥିବା ବେଳେ ସେ ଶଶୁର ଘର ବେଲଗୁଣ୍ଠା ଆମ୍ବପୁଆରେ ଥିଲେ। ମନୋରଞ୍ଜନ ଓ ଚନ୍ଦ୍ରଙ୍କ ପୁଅ ମିଶି ବାଲିପଦର ଆସି ଚନ୍ଦ୍ରଙ୍କ ଶବ ଚିହ୍ନଟ ପରେ ବୁଗୁଡା ଥାନାରେ ୩୯/୨୦ ପ୍ରକାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବାପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ଆମ୍ବପୁଆରେ ଚନ୍ଦ୍ରଙ୍କ ଶଶୁର ଘରେ ଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର ହୋଇଥିବା ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ