ରାସ୍ତା କଡରେ ଥିବା ହାଇବା କୁ ଧକ୍କା ହେଲା ବାଇକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରର ହିରୋ ସୋରୁମ୍ ନିକଟ ରାସ୍ତା କଡରେ ଏକ ହାଇବା ଛିଡା ହୋଇଥିବା ବେଳେ ଜଣେ ବାଇକ ଚାଳକ ଚଳାଉଥିବା ବାଇକକୁ ହାଇବା ଗାଡିକୁ ପିଟି ଦେଇଥିବା ଜଣାପଡିଛି। ବୁଗୁଡା ୬ ନମ୍ବର ୱାର୍ଡ , ହରିଶରଣପୁର ଗ୍ରାମର ବିଦ୍ୟାଧର ଡାକୁଆଙ୍କ ପୁଅ ପବିତ୍ର ଡାକୁଆ ବାଇକ୍ ଯୋଗେ ବିରଞ୍ଚିପୁରରୁ ବୁଗୁଡା ଅଭିମୁଖେ ଆସୁଥିଲେ। ହଠାତ୍ ନିଜର ଅସାବଧାନତା ଯୋଗୁଁ ସେ ଚଳାଉଥିବା ବାଇକଟି ହାଇବାକୁ ପିଟି ହୋଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ପବିତ୍ର ରକ୍ତ ଜୁଡୁ ବୁଡୁ ହୋଇ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନିୟ ଲୋକମାନେ ଘଟଣା ଦେଖିବା ପରେ ବୁଗୁଡା ଦମକଳ ବିଭାଗକୁ ଖବର ଦେଇଥିଲେ। ବୁଗୁଡା ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ପବିତ୍ର ଙ୍କୁ ଉଧାର କରି ବୁଗୁଡା ମେଡିକାଲକୁ ନେଇଥିଲେ। ପବିତ୍ରଙ୍କ ମୁଣ୍ତରେ ଶକ୍ତ ଆଘାତ ଲାଗିଥିବାର ଦେଖିବାକୁ ମିଳିଥିଲା । ବୁଗୁଡା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ପବିତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ