ରାସ୍ତା କଡରେ ପ୍ରସବ କଲେ ମହିଳା
ର.ଉଦୟଗିରି, (ଦେବାଶିଷ କାଜି) :-ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ଲାଗି ବୋହି ଆଣୁଥିବା ସମୟରେ ରାସ୍ତା ପାର୍ଶ୍ୱରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ନିକଟସ୍ଥ ମଙ୍ଗରାଜପୁର ପଞ୍ଚାୟତର ଜାମଡୋଲ ଗ୍ରାମରେ l ସୂଚନା ପ୍ରକାରେ ଜାମଡୋଲ ଗ୍ରାମର ବିକାଶ ଜେନାଙ୍କ ପତ୍ନୀ ଝୁନୁ ଜେନାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଉକ୍ତ ଅଞ୍ଚଳର ଆଶା କର୍ମି ଗାୟତ୍ରୀ ଜାନି ପହଞ୍ଚି ଅମ୍ବୁଲାନ୍ସକୁ ଫୋନ କରିବାଲାଗି ଚେଷ୍ଟା କରିଥିଲେ ହେଲେ ସେହି ସ୍ଥାନରେ ମୋବାଇଲ ନେଟୱର୍କ ସୁବିଧା ନଥିବା ହେତୁ ଅମ୍ବୁଲାନ୍ସ ସହ ଯୋଗାଯୋଗ ହୋଇପାରିନଥିଲା ଫଳରେ ବାଧ୍ୟହୋଇ ସେମାନେ ଏକ ଅଟୋରିକ୍ସା ସାହାଯ୍ୟରେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାଲାଗି ଉଦ୍ୟମ କରିଥିଲେ l ଜାମଡୋଲ ଗ୍ରାମରେ ରହୁଥିବା ଉକ୍ତ ଗର୍ଭବତୀ ମହିଳାଙ୍କ ଘରଠାରୁ ମୁଖ୍ୟ ରାସ୍ତାକୁ ଯିବା ଲାଗି ପାଦଚଲା ରାସ୍ତା ଥିବା ହେତୁ ଗର୍ଭବତୀ ମହିଳାଙ୍କୁ ମୁଖ୍ୟରାସ୍ତାକୁ ବାହାର କରିବାଲାଗି ବୋହି ନେଉଥିବାବେଳେ ଗର୍ଭବତୀ ମହିଳା ଜଣକ ଅତ୍ୟଧିକ ଯନ୍ତ୍ରଣା ସହିନପାରି ରାସ୍ତା କଡରେ ହିଁ ପ୍ରସବ କଲେ ମହିଳା l ଉଭୟ ମା ଓ ଶିଶୁଙ୍କୁ ଏକ ଓଟରିକ୍ସା ସାହାଯ୍ୟରେ ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା l ଅନ୍ୟପଟେ ଉଭୟ ମା ଓ ଶିଶୁ ସୁରକ୍ଷିତ ଥିବାବେଳେ ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଭଲଥିବା ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ଜୟକୃଷ୍ଣ ସେଠି ସୂଚନା ଦେଇଛନ୍ତି l ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ପୂର୍ବରୁ ଏକ ଆମ୍ବୁଲାନ୍ସ ସୁବିଧା ଥିଲା ତେବେ କାହିଙ୍କି ତାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଆଉ କେତେ ଜଣ ଗର୍ଭବତୀ ମହିଳା ଜନନୀ ଯନ୍ତ୍ରଣା କଷ୍ଟ ଭୋଗୀ ରାସ୍ତା କଡରେ ପ୍ରସବ କଲେ ଏହି ରାମଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଅମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ l ତେଣୁ ପୁନଃ ସ୍ୱାସ୍ଥ୍ୟକେନ୍ଦ୍ରରେ ଅମ୍ବୁଲାନ୍ସ ଯୋଗାଇ ଦେବାଲାଗି ଆପ ଦଳର ବ୍ଲକ ସଭାପତି ବାବୁଲା ରଣା ଦାବି କରିଛନ୍ତି l