ରାସ୍ତା କଡରେ ବିପଦସଙ୍କୁଳ ଅବସ୍ଥାରେ ଶୁଖିଲା ଗଛ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଅନ୍ତର୍ଗତ ବାରପୁଲିଆଠାରୁ ପକାନା ଗାଁକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ମଧ୍ୟ ଭାଗରେ ନବଗୁବା ଛକ। ସେହି ଛକ ନିକଟ ରାସ୍ତା କଡ଼ରେ ଥିବା ଏକ ବଡ଼ ଶୁଖିଲା ଆମ୍ବଗଛ ଟି ଅତି ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେହି ରାସ୍ତାରେ ଲୋକେ ଯାତାୟାତ କରିବା ବେଳେ କେତେବେଳେ ଯେ ଅଘଟଣ ନ ଘଟିବ ତାହା କହି ହେଉନାହିଁ। ଏଣୁ ଏଥିପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ମାନେ ତୁରନ୍ତ ଦୃଷ୍ଟି ଦେଇ ଗଛଟିକୁ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ