ରାସ୍ତା କଡରେ ହୋଡିଂ ପଡି ଯୁବତୀ ମୃତ : ନେତାଙ୍କ ନାମରେ ମାମଲା ରୁଜୁ
ଚେନ୍ନାଇ ,(ଯୁଗାବ୍ଦ ନ୍ୟୁଜ୍) : ରାସ୍ତା କଡରେ ବେଆଇନ ହୋଡିଂ ଲାଗିଥିବା ବେଳେ ପ୍ରଶାସନ ତରଫରୁ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଜଣେ ଯୁବତୀଙ୍କ ପ୍ରାଣହାନି ଘଟିଛି । ଯୁବତୀଙ୍କ ମୃତ୍ୟୁପରେ ହୋଡିଂ ଲଗାଇଥିବା ଏଆଇଏଡିଏମ୍କେ ନେତା ଜୟ ୍େଗାପାଲଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ମିଳିଥିବା ଖବର ଅନୁଯାୟୀ ଶୁଭଶ୍ରୀ ରବି ନାମକ ଜଣେ ଛାତ୍ରୀ ସ୍କୁଟିରେ ଆସୁଥିବା ସମୟରେ ହଠାତ୍ ହୋଡିଂଟି ଖସି ତାଙ୍କ ଉପରେ ପଡିଯାଇଥିବାରୁ ସେ ଭାରସାମ୍ୟ ହରାଇ ତଳେ ପଡିଯାଇଥô୍ଲା । ସେହି ସମୟରେ ପଛପଟୁ ଦ୍ରୁ୍ତ ଗତିରେ ଆସୁଥିବା ଏକ ୱାଟର୍ ଟ୍ୟାଙ୍କର ତାଙ୍କ ଉପରେ ଚଢିଯାଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ବେଆଇନ ହୋଡିଂ ଘଟଣାରେ ରାଜନେତା ମାନେ ଲଗାଇଥିବାରୁ ମାଡ୍ରାସ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।