ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ ଓଲଟିଲା ଧାନ ଗାଡି ;୩ ଗୁରୁତର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ବାଦାମ ପାହାଡ ଥାନା ଅନ୍ତର୍ଗତ ରାଇରଙ୍ଗପୁର-ଯଶିପୁର ରାସ୍ତା ଝଲଡୁଙ୍ଗୁରୀ ଛକରେ ଏକ ଧାନ ଗାଡି ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ରାସ୍ତା କଡ଼ରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେବାଫଳରେ ମହିଳା ସମେତ ୩ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଘଟଣାଟି ଆଜି ଅଢେ଼ଇଟା ପାଖାପାଖି ସମୟରେ ଘଟିଥିଲା ।ପରେ ଅତି ଗୁରୁତର ଦୁଇ ଜଣଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ୩ ଜଣ ହେଲେ ସ୍ମିତ ନାଏକ(୨୭) ଘର ଶୁକ୍ରୁଳି ଥାନା ଅନ୍ତର୍ଗତ ସରୁବିଲ,ଯଶିପୁରର କୁନା ପାତ୍ରର ଏବଂ ଉଷାରାଣୀ ପାତ୍ର ଘର ନିୟୁତି ।


