ରାସ୍ତା କାମକୁ ବିରୋଧ କରି ମାଓବାଦୀ ପୋଡିଲେ ୪ ଜେସିବି

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): କଳାହାଣ୍ଡି ଜିଲ୍ଲାରେ ଗତ କିଛି ଦିନର ନିରବତା ପରେ ପୁଣି ମାତିଛନ୍ତି ମାଓବାଦୀ । ଜିଲ୍ଲା ସୀମାନ୍ତରେ ଥିବା ଗୁମ୍ମା ଗ୍ରାମରେ ନିୟମଗିରିରେ ବସବାସ କରୁଥିବା କନ୍ଧ ଓ ଡଙ୍ଗରିଆ ସହ ଜନସାଧାରଣଙ୍କ ଯାତାୟତ ସୁବିଧା ନିମନ୍ତେ ରାସ୍ତା ନିର୍ମାଣ କରାଯାଉଛି । ଏହି ରାସ୍ତା କାମକୁ ମାଓବାଦୀ ମାନେ ପୂର୍ବରୁ ବିରୋଧ କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ୬୦ ରୁ ଉର୍ଦ୍ଧ୍ୱ ମାଓବାଦୀ କାମ ଚାଲିଥିବା ସ୍ଥାନରେ ପହଞ୍ଚି ପୋଡାଜଳା କରିବା ସହ ଦୁଇ ଜଣ ଶ୍ରମିକଙ୍କୁ ପ୍ରଚୁର ମାଡ ମାରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଠିକାଦାର ସମେତ ଶ୍ରମିକ ମାନେ କାମ ସାରି ଶୋଇଥିବା ବେଳେ ହଠାତ ମାଓବାଦୀ ମାନେ ପହଞ୍ଚି କ୍ୟାମ୍ପରେ ଥିବା ୨ ଟି ଜେସିବି ଓ ୧ ଟି ବୋଲ ଡେଜର ,ଓ ମିକ୍ସର ମେସିନକୁ ଜାଳି ପୋଡି ଦେଇଥିବା ବେଳେ ଦୁଇଟି ହାତଲେଖା ପୋଷ୍ଟର ଗଛରେ ମାରି ଚାଲିଯାଇଥିଲେ । ପୋଷ୍ଟରରେ ସିପିଆଇ ମାଓବାଦି ରାୟଗଡା ଡିଭିଜନ ବୋଲି ଦର୍ଶାଯାଇଥିବା ବେଳେ ନିୟମଗିରି ପାହାଡରେ ଖଣି ଉତ୍ପାଦନ ପାଇଁ ବହୁରାଷ୍ଟ୍ରୀୟ କମ୍ପାନୀର ଖଣି ଉତ୍ପାଦନ ପାଇଁ ଏହି ନିୟମଗିରିର ରାସ୍ତାକାମ ଚାଲିଛି ଏହାକୁ ବନ୍ଦ କରାଯାଉ ବୋଲି ପୋଷ୍ଟରରେ ଦର୍ଶା ଯାଇଥିବା ବେଳେ ଏହି ରାସ୍ତା କାମ ନକଲେ ଏହି କାମରେ ସଂପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଦର୍ଶା ଯାଇଛି । ସୁଚନା ଥାଉ କି ଗତ କିଛିଦିନ ତଳେ ତ୍ରିଲୋଚନପୁରରେ ଚାଲିଥିବା ରାସ୍ତାକାମକୁ ମଧ୍ୟ ବନ୍ଦ କରିବା ପାଇଁ ପୋଷ୍ଟର ମାରି ଚେତାବନି ଦେଇଥିଲେ । ଏହି ଘଟଣା ଘଟିବା ପରେ ନିୟମଗିରି ଅଞ୍ଚଳରେ କୋକୁଆଭୟ ଦେଖିବାକୁ ମିଳିଛି।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ