ରାସ୍ତା କାର୍ଯ୍ୟ ନିମ୍ନମାନର : ତଦନ୍ତ ଦାବୀରେ ରାସ୍ତାରେ ବସିଲେ ଗ୍ରାମବାସୀ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତରେ ନିମ୍ନମାନର ରାସ୍ତା କାର୍ଯ୍ୟକୁ ବିରୋଧ କରି ଗ୍ରାମବାସୀ ମାନେ ରାସ୍ତାରେ ବସିଥିବା ଜଣାଯାଇଛି । ପ୍ରକାଶ ଯେ, ଓଡଙ୍ଗ ଠାରୁ ଭରସିଂପୁର ଭାୟା ମହିଷଡିହା, ସାହାଡାଗଢିଆ, ସୁଆଁପଦା ଦୀର୍ଘ ୮ କିମି ରାସ୍ତାର ଉନ୍ନତିକରଣ ପାଇଁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୫୮.୮୫ ଲକ୍ଷ ବ୍ୟୟ ମଞ୍ଜୁର ହୋଇଥିଲା । ମାତ୍ର ଏହି ରାସ୍ତା କାର୍ଯ୍ୟ ନିମ୍ନମାନର ହେଉଥିବା ନେଇ ମହିଷଡିହା, ବାରିକସାହି, ମଳିକସାହି, ପୁହାଣ ସାହି, ପଲେଇସାହି ଆଦି ଗ୍ରାମର ଲୋକ ମାନେ ଅଭିଯୋଗ କରିଛନ୍ତି । ବୁଧବାର ଠାରୁ ଏହି ସମସ୍ତ ଗ୍ରାମର ଲୋକ ମାନେ ରାସ୍ତା ଉପରେ ବସି ରହିଛନ୍ତି । ଗ୍ରାମର ସତ୍ୟବାନ ବାରିକ, ସନାତନ ବାରିକ, ରାଜେଶ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ମୁକେଶ ମଲ୍ଲିକ, ପିତାମ୍ବର ପୁହାଣ, ବିଜୟ ଜେନା, ରବିନ୍ଦ୍ର ପଢିଆରୀ, ସଞ୍ଜୟ ମଲ୍ଲିକ, କରୁଣାକର ଦାସଙ୍କ ସମେତ ବହୁ ବ୍ୟକ୍ତି ଏହି ନିମ୍ନମାନର କାର୍ଯ୍ୟର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରି ରାସ୍ତାରେ ବସିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ