ରାସ୍ତା ଖରାପ ପାଇଁ ଗାଁକୁ ଗଲାନି ଆମ୍ବୁଲାନ୍ସ,୧ କିଲୋମିଟର ଚାଲିଲେ ଗର୍ଭବତୀ

କଳାହାଣ୍ଡି,(ଓ୍ବାଇଏନ୍ଏସ୍):କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ କାର୍ଲ।ପଡାରୁ ଆସିଛି ଏକ ଅଭାବନୀୟ ଘଟଣା । ରାସ୍ତା ଖରାପରୁ ୧୦୮ ଆମ୍ବୁଲାନ୍ସ ଗାଁକୁ ପହଁଚି ପାରିନପାରିବାରୁ ୧ କିଲୋମିଟର ଗର୍ଭବତୀ ମହିଳାଙ୍କୁ ଚାଲିଚାଲି ଆମ୍ବୁଲାନ୍ସ ପାଖକୁ ଆସିବାକୁ ପଡିଥିଲା । ଆଜି ସକାଳ ସମୟରେ ଚନ୍ଦ୍ରଧଜ ବିଶିଙ୍କ ପତ୍ନୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଡକା ଯାଇଥିଲା କିନ୍ତୁ ରାସ୍ତା ଖରାପ ଥିବାରୁ ଗାଁର ୧ କିଲୋମିଟର ଦୂରରେ ରହି ଯାଇଥିଲା ଆମ୍ବୁଲାନ୍ସ । ଗାଁ ଲୋକେ ବାଧ୍ୟ ହୋଇ ଗର୍ଭବତୀ ମହିଳାଙ୍କୁ ଆଧାବାଟ ବୋହି ଆଣିଥିବା ବେଳେ ଆଧାବାଟ ଗର୍ଭବତୀ ମହିଳା ଚାଲି ଚାଲି ଆମ୍ବୁଲାନ୍ସରେ ବସିଥିବା ଦେଖିବାକୁ ମିଳିଛି । ଉକ୍ତ ସାନଚେରଗାଁ କାର୍ଲ।ପଡାର ରାସ୍ତା ଖରାପ ଥିବା ବିଷୟରେ ଆଗରୁ ବ୍ଲକ ପ୍ରଶାସନକୁ ଗ୍ରାମବାସୀ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ମରାମତି ନହେବାରୁ ଆଜି ଏପରି ଘଟଣା ଘଟିଥିବା ବେଳେ ଆଗାମୀ ଦିନରେ ଆମୁଲାନ୍ସ ନପହଁଚି ରୋଗୀ ମରିଗଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ