ରାସ୍ତା ଖୋଜୁଛନ୍ତି କସ୍ତୁରବା ଛାତ୍ରୀ ନିବାସ ଅନ୍ତେବାସୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦର ମହକୁମା ଗୋଷାଣିରେ ଥ‌ିବା କସ୍ତୁରବା ଗାନ୍ଧୀ ଛାତ୍ରୀ ନିବାସର ଅନ୍ତେବାସୀ ବର୍ଷା ହେବା ମାତ୍ରେ ଯାତାୟତ କରିବା ପାଇଁ ରାସ୍ତା ଖୋଜୁଥୁବା ଦେଖୁବାକୁ ମିଳିଛି | ଛାତ୍ରୀ ନିବାସକୁ ପକ୍କା ରାସ୍ତା ନ ଥିବାରୁ ଅନ୍ତେବାସୀ ନାହିଁ ନାହିଁ ନ ଥୂବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶିଷ୍ଠ ଛନ୍ତି । ୧୦୦ ଶଯ୍ୟା କସ୍ତୁରବାଗାନ୍ଧୀ ଛାତ୍ରୀନିବାସରେ ଶହେ ୩୦ରୁ ଅଧୂକ ଛାତ୍ରୀ ରହୁଛନ୍ତି। ଛାତ୍ରୀନିବାସକୁ ଯିବାପାଇଁ ସଠିକ୍ ରାସ୍ତା ନାହିଁ I ଏହି ଛାତ୍ରୀନିବାସ ବ୍ଲକ କାର୍ଯ୍ୟାଳୟ ପରିସରରେ ରହିଥ‌ିବା ବେଳେ ତଳେ ଏହାର ସୀମାକୁ ଲାଗି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ଏପରି ସ୍ଥଳେ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ଅସରାଏ ବର୍ଷା ହେଲେ ଛାତ୍ରୀନିବାସ ସମ୍ମୁଖ ଭାଗ ଜଳମଗ୍ନ ହୋଇପଡୁଥିବା ଥିବା ବହୁ ବହୁ ଅନ୍ତେବାସୀ କହିଛନ୍ତି I ପାଣି ଜମାଟ ବାନ୍ଧୁଥିବାରୁ ଅନେକ ସମସ୍ୟା ସୃଷ୍ଟି ହେଉଛି | ଛାତ୍ରୀ ଭୟଭୀତ ହୋଇ ରହୁଥିବା ପ୍ରକାଶ କରିଛନ୍ତି I ଗୋଷ୍ଠୀ ଉନୀୟନ ଅଧୂକାରୀ କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷାକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ଛାତ୍ରୀନିବାସର ଯଦି ଏପରି ଅବସ୍ଥା ତେବେ ଆଭ୍ୟନ୍ତରୀଣ ସ୍ଥାନରେ ଥୂବା ବିଭିନ୍ନ ବିଦ୍ୟାଳୟ ଏବଂ ହଷ୍ଟେଲ୍‌ ଗୁଡିକର ଅବସ୍ଥା କିପରି ଥୂବ ତାହା ସହଜ ଅନୁମେୟ ବୋଲି ସାଧାରଣ ଣରେ ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ