ରାସ୍ତା ଜବରଦଖଲ ନେଇ ଜଣେ ମହିଳା ଗିରଫ
ଉତେଜନା ସମୟରେ ମହିଳା ଏସଆଇଙ୍କ କଲର ଧରିଥିଲେ ଅଭିଯୁକ୍ତ
ଯୋଡା (ସମିରକୁମାରଦାସ) : ଯୋଡା ବସଷ୍ଟାଣ୍ଡଠାରେ ଜଣେ ଫଳ ଦୋକାନୀ ରାସ୍ତା ଜବରଦଖଲ କରିବା ନେଇ ଉତେଜନା ଘଟଣାରେ ଯୋଡା ପୋଲିସ ବୁଧବାର ଜଣେ ମହିଳାଙ୍କୁ ଗିରଫ କରିଛି । ଗିରଫ ମହିଳା ଜଣକ ହେଲେ ସୁନିତା ସନକର । ସୂଚନା ଯୋଗ୍ୟ ଯେ, ପୌରପାଳିକା ନିକଟରୁ ସୁରେଶ ସନକର ନାମକ ଜଣେ ବ୍ୟକ୍ତି ଅନୁମତି ଆଣି ଫଳ ଦୋକାନ କରିଥିଲେ । ମାତ୍ର ସୁରେଶ ଦୋକାନରେ ଫଳ ରଖିବା ସହିତ ଦୋକାନ ସମୁଖରେ ରାସ୍ତା କୁ ଜବର ଦଖଲ କରି ,ସେଠାରେ ଫଳ ରଖି ବ୍ୟବସାୟ କରୁଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ଜବରଦଖଲ ନେଇ ସୁରେଶ ସନକରକୁ ପ୍ରଶ୍ନ କରିବାରୁ ସୁରେଶ ସନକର ଓଲଟା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପା୍ଟଯୋଶୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଫଳରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀ ପୋଲିସର ସହାୟତା ନେଇଥିଲେ । ଯୋଡା ମହିଳା ପୋଲିସ ଏସଆଇ ସୁଶ୍ମିତା ହୋରୋ ଘଟଣାସ୍ଥଳରେ ପହନଚି ବୁଝାସୁଝା କରୁଥିବା ବେଳେ ଜବରଦଖଲ କରିଥିବା ଫଳ ଦୋକାନୀ ସୁରେଶର ସ୍ତ୍ରୀ ସୁନିତା ସନକର ଓ ପୁଅ ବିକି ଉଭୟ ମିଶି ପୋଲିସକୁ ଗାଳିଗୁଲଜ କରିବା ସହିତ ମହିଳା ଏସଆଇଙ୍କ କଲରକୁ ଧରି ଟଣାଓଟରା କରିଥିଲେ । ପୋଲିସ ଏହି ଘଟଣାରେ ପୂର୍ବରୁ ସୁରେଶ ସନକରର ପୁଅ ବିକିକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବୁଧବାର ଚଢଉ କରି ସୁରେଶର ସ୍ତ୍ରୀ ସୁନିତା ସନକରକୁ ଗିରଫ କରିଥିବା ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ ସୂଚନା ଦେଇଛନ୍ତି ।