ରାସ୍ତା ଟିଏ ନଥିବାରୁ ୪ ପରିବାର ଭୋଗୁଛନ୍ତି ଦୁର୍ଦଶା
ତିର୍ତୋଲ , (ଅଭିଷେକ ତ୍ରିପାଠୀ ) : ଗ୍ରାମାଞ୍ଚଳ ର ଉନ୍ନତି ପାଇଁ ସରକାର ଆଣୁଛନ୍ତି ମାଳ ମାଳ ଯୋଜନା, କିଛି ବାସ୍ତବିକ ହେଉଥିଲେ ମଧ୍ୟ ଆଉ କିଛି କାଗଜ କଲମ ରେ ହିଁ ଅଟକି ଯାଉଛି, ଯାହା ଲୋକଙ୍କ ପାଖରେ ପହଂଚିବାରେ ବିଫଳ ସାବ୍ୟସ୍ତ ହୋଇଛି l ଯେମିତିକି ତିର୍ତୋଲ ବ୍ଲକ ଅଧୀନ ତରଜଙ୍ଗା(ବାଲିପାଟଣା) ଗ୍ରାମର ୪ ପରିବାର ଙ୍କ ପାଇଁ ଅଭିଶପ୍ତ ପାଲଟିଛି ରାସ୍ତା | ବାଉରୀ ବନ୍ଧୁ ସାହୁ , ବାବୁଲି ସାହୁ , ପ୍ରଦୀପ ସାହୁ , ବନମାଳୀ ସାହୁ ଆଦି ଏହି ୪ ପରିବାର ଗ୍ରାମ ମଧ୍ୟରେ ବାସ କରୁଥିଲେ ମଧ୍ୟ , ସେମାନଙ୍କ ଘର ନିକଟକୁ ଯିବାକୁ ହେଲେ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେଉଥିବl କଥା ପ୍ରକାଶ କରିଛନ୍ତି l ସାଧାରଣ ବର୍ଷା ହେଲେ ସେଠାରେ ଆଣ୍ଠୁଏ ପାଣି ଜମି ରହୁଥିବା ବେଳେ ପାର୍ଶ୍ୱ ରେ ଥିବା ଏକ ପୋଖରୀରୁ ପାଣି ଭର୍ତି ହୋଇ ରାସ୍ତାକୁ ଅପରିଷ୍କାର ପାଣି ଆସୁଥିବା ବେଳେ ଅତି ଦୟନୀୟ ଅବସ୍ଥାରେ ବଂଚିବାକୁ ପଡୁଛି ବୋଲି ଅଭିଯୋଗ ଆଣିଛନ୍ତି l ଏ ସମ୍ପର୍କରେ ସେ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସରପଞ୍ଚ ଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସରପଞ୍ଚ ବାବୁଙ୍କ ଅଜବ ଯୁକ୍ତି “ମୁଁ କଣ ଦେଖିବି” ? ତେବେ ଏଠି ଦେଖିବାର କଥା କେବେ ଏହି ୪ ପରିବାର ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡୁଛି l ହେଉଥିବା ମାଳ ମାଳ ଯୋଜନା ଭିତରୁ କେବେ ଏମାନଙ୍କ ନିକଟରେ ପକା ସଡ଼କ ଟିଏ ପହଁଚୁଛି ତାହା ଦେଖିବାକୁ ବାକି ରହିଲା l


