ରାସ୍ତା ତିଆରି ପାଇଁ ମଞ୍ଜୁର ଅର୍ଥକୁ ହଡପ ଅଭିଯୋଗ !

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ସରକାର ଅଣକୁଶଳୀ ଓ କୁଶଳୀ ଶ୍ରମିକ ମାନଙ୍କୁ କାମ ଯୋଗାଇବାକୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବିଭିନ୍ନ ପ୍ରକାରର କାମ ଯୋଗାଇଥାନ୍ତି l କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ଅଫିସର ଓ କର୍ମଚାରିମାନଙ୍କ ପାଇଁ ଏହି ଯୋଜନା ଏବେ ଯୋଜନାରେ ରହିଯିବାକୁ ବସିଲାଣି ।ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ସୁଡ୍ରା ଗ୍ରାମ ପଞ୍ଚାୟତର ପୋଖରୀ ବନ୍ଧ ଠାରୁ ସିନ୍ଧି ଗ୍ରାମ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମୋରମ ପକାଇ ରାସ୍ତା ତିଆରି କରିବାକୁ ପାଞ୍ଚଲକ୍ଷ(5,00000) ଟଙ୍କା ମଞ୍ଜୁର ହୋଇଥିଲା ।ଏହି କାଯ୍ୟକୁ ୨୦୧୮-୨୦୧୯ ଆର୍ଥିକ ବର୍ଷରେ ଶେଷ କରାଯିବାକୁ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଥିଲା l କାର୍ଯ୍ୟର କୋଡନଂ -୨୪୦୮୦୨୧୦୧୪ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ରାସ୍ତାରେ ମାଟି ଟିକିଏ ମଧ୍ୟ ପଡିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଏପଟେ ଫଳକକୁ ଭାଙ୍ଗି ଦିଆଯାଇ ଫଲସ୍ ବିଲ କରି ମଞ୍ଜୁର ଅର୍ଥକୁ ହଡପ କରାଯାଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।ଆଗକୁ ବର୍ଷାଦିନ ଆସୁଥିବାରୁ ଏହି ଘଞ୍ଚ ଜଙ୍ଗଲ ପଥୁରିଆ ଖାଲ,ଢିପ ରାସ୍ତାରେ ଗାଡି,ସାଇକେଲରେ ଲୋକମାନେ ଚାଲି ଆସିବା ମଧ୍ୟ ମୁସ୍କିଲ ହୋଇପଡିଥିବା ଜଣାପଡିଛି ।ଏହି ରାସ୍ତାରେ ଗମନା ଗମନ ସୁବିଧା ନଥିବାରୁ ଗର୍ଭବତୀ ମହିଳା ମାନଙ୍କୁ ଆଣିବାକୁ ୧୦୨,୧୦୮ଭଳି ଜରୁରୀକାଳିନ ଗାଡି ଗ୍ରାମରେ ନପହଞ୍ଚିବା ଫଳରେ ଗର୍ଭବତୀ ମାଆ ମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇନପାରି ମୃତ୍ୟୁ ବରଣ କରୁଥିବା ବହୁ ନଜିର ରହିଛି ।ହେଲେ ଏଠାରେ ପ୍ରଶ୍ନ ଉଠୁଛି ଯେ, ତିନିବର୍ଷରୁ ଉର୍ଦ୍ଧ ଦିନ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ତିଆରି ହୋଇନାହିଁ କାହିଁକି ? ଏହି ଅର୍ଥ ଗଲା କୁଆଡେ ? ଗ୍ରାମବାସୀ ମାନଙ୍କ କହିବା ପ୍ରକାରେ ଏହି ଅର୍ଥ ରାସ୍ତା ନାମରେ ହଡପ ହୋଇନାହିଁତ, ଗ୍ରାମବାସୀ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି ।ଏ ସମ୍ପର୍କରେ ସୁଡ୍ରା ଜିଆରଏସ,ଜେଇ, ଭିଏଲଡ୍ଲ ଙ୍କୁ ପଚାରିବାରୁ କୈଣସି ସନ୍ତୋଷ ଜନକ ଉତ୍ତର ମିଳିନଥିବା ବେଳେ ବିଡିଓଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ ।ଏପଟେ ରାସ୍ତାକାମ ଯଦି ତୁରନ୍ତ ନ ହୁଏ ତେବେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଆଗାମି ଦିନରେ ରାସ୍ତାରୋକ କରିବାକୁ ପ୍ରଶାସନକୁ ଚେତାବନି ଦେଇଛନ୍ତି ।ଏହି ରାସ୍ତା ହେଲେ ଗରିବ, ଦିନ ମଜୁରିଆ ଶ୍ରମିକ ମାନେ କାମଧନ୍ଦା ପାଇପାରିବେ ବୋଲି ବୁଦ୍ଧିଯିବିମାନେ ପ୍ରକାଶ କରିଛନ୍ତି ।କେଉଁ ପରିସ୍ଥିତିରେ ମଞ୍ଜୁରି ଅର୍ଥ ଖର୍ଚ ହୋଇପାରି ନାହିଁ ତାହାର ତଦନ୍ତ କରି ବିଭାଗିୟ ଅଧିକାରିଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ