ରାସ୍ତା ଦୁର୍ଘଟଣାରେ ମୃତ ପରିବାରଙ୍କୁ ରେଡକ୍ରସ୍ ସହାୟତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅର୍ଜୁନ ପଲ୍ଲୀ ଗ୍ରାମର ମୁନା ନାହାକ ଏବଂ ତାଙ୍କ ଝିଅ କ୍ରୀଷ୍ଣା ନାହାକ ଗତକାଲି ଜାତୀୟ ରାଜପଥ ଦୁର୍ଘଟଣାରେ ପଡିଥିଲେ । ଦୁର୍ଘଟଣାରେ ମୁନା ନାହାକ ମୃତ୍ୟୁବରଣ କରିଥିବା ବେଳେ ଝିଅ କ୍ରୀଷ୍ଣା ନାହାକ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ରେଡକ୍ରସ୍ ପାଣ୍ଠିରୁ ଜଣକ ପିଛା 30 ହଜାର ହିସାବରେ ଦୁଇ ଜଣଙ୍କ ନିମନ୍ତେ ମୋଟ 60 ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କ ପରିବାର ବର୍ଗଙ୍କୁ ଛତ୍ରପୁର ଉପ ଜିଲ୍ଲାପାଳ ଶିବାଶିଷ ବରାଳ ପ୍ରଦାନ କରି କ୍ରୀଷ୍ଣା ନାହାକଙ୍କ ସ୍ବାସ୍ଥାବସ୍ଥା ସମ୍ପର୍କରେ ବୁଝିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ