ରାସ୍ତା ଦୂର୍ଘଟଣାରେ ଜଣେ ମୃତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । କଟକ- ଚାନ୍ଦବାଲି ରାସ୍ତାର ବାରୋ ନବୋଦ୍ୱୟ ବିଦ୍ୟାଳୟ ନିକଟରେ ଏକ କାର ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକଙ୍କ ନାମ ବାବୁନ ଖାଁ(୪୫) । ତାଙ୍କ ଘର ପଳସିଂହା ପଞ୍ଚାୟତର ଦୋବନ୍ଧା ଗ୍ରାମ ବୋଲି ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ କେନ୍ଦ୍ରାପଡା ସହରରୁ କାମସାରି ବାବୁନ ବାଇକରେ ଘରକୁ ଫେରୁଥିଲେ । ନବୋଦ୍ୱୟ ବିଦ୍ୟାଳୟ ନିକଟରେ ଏକ କାର ପଛପଟୁ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଫଳରେ ସେ ବାଇକରୁ ଛିଟିକି ତଳେ ପଡିଯାଇଥିଲେ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ କଟକ- ଚାନ୍ଦବାଲି ରାସ୍ତାକୁ ନବୋଦ୍ୱୟ ବିଦ୍ୟାଳୟ ନିକଟରେ କିଛି ସମୟ ପାଇଁ ଅବରୋଧ କରିଥିଲେ । ଖବର ପାଇ ନିକିରାଇ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।