ରାସ୍ତା ନିର୍ମାଣରେ ୭ କୋଟି ଟଙ୍କା ହେରଫେର
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲାରେ ରାଜ୍ୟ ସରକାର କେନ୍ଦ୍ର ସରକାର ମିଳିତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି | ଯେପରିକି ଗରିବ ପରିବାରକୁ ରାସନ କାର୍ଡ ,ବାସହୀନକୁ ବାସଗୃହ, ବର୍ଦ୍ଧକ୍ୟଭତ୍ତା,ପିଲାଙ୍କ ଭବିଷ୍ୟତ ପାଇଁ ଶିକ୍ଷା ବ୍ୟବସ୍ଥା ସେଇ ଭଳି ଗାଁଠୁ ସହରକୁ ଗମନା ଗମନ ପାଇଁ ବିଜୁସେତୁ, ପ୍ରଧାମନ୍ତ୍ରୀ ସଡ଼କ ଯୋଜନା, ଏଭଳି ଅନେକ କିଛି ଯୋଜନା ସରକାର ଆରମ୍ଭ କରିଛନ୍ତି | କିଛି ଜାଗାକୁ ରାସ୍ତା ଘାଟ ଥିବାବେଳେ କିଛି ଜାଗାକୁ ରାସ୍ତା ଖଣ୍ଡେ ନାହଁ, ଯାହା ଫଳରେ ଲୋକେ ନଦୀ ପାରହୋଇ ଯାତାୟାତ କରୁଛନ୍ତି | ହେଲେ ସରକାର ଏହି ଯୋଜନା ବିବାଦକୁ ଆସିଥିବା ଟଙ୍କା ଲୁଟିବାରେ ଲାଗିଛନ୍ତି କିଛି ସରକାରୀ ଯନ୍ତ୍ରୀ | ଏଭଳି କୁକର୍ମ କୁ ନିନ୍ଦା କରିଛନ୍ତି ଠିକାଦାର୍ ମାନେ, ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଜନତା ମୋହନା ନିର୍ବାଚନ ମଣ୍ଡଳୀରେ ଥିବା ରା,ଉଦୟଗିରିରେ ଥିବା ସରକାରୀ ଯନ୍ତ୍ରୀ କାର୍ଯ୍ୟାଳୟର ରାସ୍ତାଘାଟ ଅବସ୍ଥା ନାହିଁ , ରାଜ୍ୟ ଓ କେନ୍ଦ୍ର ସରକାର ଏହାର ପୁନରଉଦ୍ଧାର ପାଇଁ କୋଟି କୋଟି ଟଙ୍କା ଗଜପତି ଜିଲ୍ଲାକୁ ପ୍ରଦାନ କରିଥିଲେ | କିନ୍ତୁ ସେହି ଟଙ୍କା ମଧ୍ୟରୁ ମୋହନା, ଚନ୍ଦ୍ରଗିରି, ରା,ଉଦୟଗିରି ଗ୍ରାମ୍ୟ ନିର୍ମାଣ ବିଭାଜନକୁ କିଛି ଟଙ୍କା ପ୍ରଦାନ କରିଥିଲେ | ସବୁ ଟଙ୍କା ରାସ୍ତା ମରାମତି ପାଇଁ ଆସିଥିଲା | କିନ୍ତୁ କିଛି ରାସ୍ତା ମରାମତି କରି ବାକି ଟଙ୍କା କୁ ହଡପ କରି ସବୁ ଦୋଷ ଠିକାଦାର ମୁଣ୍ଡରେ ଲଦିଦେଲେ | ବର୍ତ୍ତମାନ ସୁଦ୍ଧା ରାସ୍ତା ଖାଲ ଢେପ ଅବସ୍ଥାରେ ପଡ଼ି ରହିଛି | ଏପରିକି ଗୋଟେ ଟେଣ୍ଡର ପିଛା ଏକ ହଜାର ଟଙ୍କା ଆଦାୟ ହେଇଥିବା ବେଳେ କିଛି ଟଙ୍କା ଠିକାଦାରଙ୍କୁ ଦେଇ କାମ କରାଇ ବାକି ଥିବା ଟଙ୍କାକୁ ଆତ୍ମସାତ କରିନେଇଥିଲେ ସରକାରୀ ଯନ୍ତ୍ରୀ ମାନେ , କାର୍ଯ୍ୟାଳୟରେ ସେଥି ମଧ୍ୟରୁ କିଛି ଠିକାଦାରଙ୍କ ନାମରେ ବିଲ କରିଦେବି କହି ସରକାରୀ ଯନ୍ତ୍ରୀ ମାନେ ସେହି ଟଙ୍କାକୁ ନିଜେ ଖର୍ଚ କରିଛନ୍ତି | ଅନ୍ୟ ପଟେ ତିତିଲିର ୭ କୋଟି ଟଙ୍କା ନିଜ ହାତପାଣ୍ଠିକୁ ନେଇ ଗଲେ ଯାହାକି କେହି ଜାଣିପାରିଲେ ନାହିଁ | ଠିକାଦାର ମାନଙ୍କ ପାଇଁ ବିଲ କରିଦେବା କହି ଦୁଇ ବର୍ଷରୁ ଉର୍ଦ୍ଧ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ବିଲ ହୋଇପାରିନାହିଁ | ବର୍ତ୍ତମାନ ସରକାରୀ ଯନ୍ତ୍ରୀଙ୍କ ପ୍ରମୋସନ ହୋଇସାରିଛି | ଅନେକ ଦିନ ପର୍ଯ୍ୟନ୍ତ ଠିକାଦାରଙ୍କ ବିଲ ନହୋଇଥିବାରୁ ଠିକାଦାରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି | ଅନ୍ୟ ପଟେ ସରକାରୀ ଯନ୍ତ୍ରୀ ମହାସୟ ତିନିଟି କାର୍ଯ୍ୟଳୟ ଦାୟିତ୍ୱରେ ରହି ୭ କୋଟି ହେରେଫେର କରିଥିବା ନେଇ ଭିଜିଲାନ୍ସ ତଦନ୍ତ ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି |