ରାସ୍ତା ନିର୍ମାଣ ଓ ପାନୀୟଜଳ ଦାବିରେ ଅଞ୍ଚଳବାସୀଙ୍କ ଧାରଣା

ବାଲେଶ୍ୱର, (ସରୋଜ ପଣ୍ଡା):ପୌରାଞ୍ଚଳର ୨ ନଂ ୱାର୍ଡ଼ର ବିଭିନ୍ନ ସମସ୍ୟା ସମାଧାନରେ ପୌର କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ସ୍ଥାନୀୟ ବାସିନ୍ଦା ମଙ୍ଗଳବାର ପୌରପାଳିକା ସମ୍ମୁଖରେ ଧାରଣା ଦେଇଥିଲେ । ପୌରପାଳିକାର ୨ ନଂ ୱାର୍ଡ଼ ଜରିଗଳି ବାସିନ୍ଦାମାନେ ଦୀର୍ଘ ଦିନଧରି ମୌଳିକ ସୁବିଧାରୁ ବଞ୍ଚିତ ହୋଇଆସୁଛନ୍ତି ବୋଲି ଶ୍ରୀ ପଣ୍ଡା ଆରୋପ କରିଛନ୍ତି । ଏଠାରେ ପାନୀୟଜଳ ସୁବିଧା ନଥିବା ବେଳେ ରାସ୍ତା ନଥିବାରୁ ଖାଲୁଆ ଅଞ୍ଚଳରେ ବର୍ଷସାରା ଲୋକେ ବାଉଁଶ ପୋଲ କରି ଯାତାୟତ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ସହରର ଉନ୍ନତୀକରଣ ପାଇଁ ପୌରପାଳିକା ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଦୁଇ ନଂ ୱାର୍ଡ଼ର ଏହି ଜରିଗଳିବାସୀଙ୍କ ପ୍ରତି ଅବହେଳା କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଶ୍ରୀ ପଣ୍ଡା କ୍ଷୋଭର ସହ ପ୍ରକାଶ କରିଛନ୍ତି ।ଏହି ଅଞ୍ଚଳବାସୀଙ୍କ ପାଇଁ ତୁରନ୍ତ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ମୋତି ଘରଠାରୁ ଏନାୟତ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ମୋତି ଘରଠାରୁ ବାବୁଘର ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ପାଇଁ ସେ ଦାବି କରିଛନ୍ତି । ବାବଦରେ ୧୫ ଦିନ ମଧ୍ୟରେ ଉଚିତ ପଦକ୍ଷେପ ନିଆନଗଲେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଶ୍ରୀ ପଣ୍ଡାଙ୍କ ସମେତ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି । ଏନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଶ୍ରୀ ପଣ୍ଡାଙ୍କ ସମେତ ଚିତ୍ତରଂଜନ ନାୟକ, ପ୍ରମୋଦ ଦାସ, ତେହେରା ବିବି, ଶେଖ ସୁଲତାନ, ସୁଶୀଳ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ