ରାସ୍ତା ନିର୍ମାଣ ଚାଲୁଥିବା ବେଳେ ବଟି ଆଦାୟ ଥାନାରେ ଅଭିଯୋଗ

ନାଉଗାଁ, : ପୂର୍ତ ବିଭାଗ ଅଧିନ କୋକିଢିଅ-ତେଲସରା ରାସ୍ତା କାର୍ଯ୍ୟ ଚାଲୁଥିବା ବେଳେ ଜୈନିକ ଯୁବକ ଜୋରଜବରଦସ୍ତି ବଟି ଆଦାୟ କରୁଥିବାକୁ ନେଇ ରବିବାର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଥାନା ଅଧିନ ନାଉଗାଁ ପଂଚାୟତ କାନୁନଗୋସାହିର ଅଶୋକ କୁମାର ମହାନ୍ତିଙ୍କ ଅଭିଯୋଗକ୍ରମେ କୋରୁଅ ପଂଚାୟତ ଧୂଆଁପଦା ଠାରେ ରାସ୍ତା କାର୍ଯ୍ୟ କରାଯାଉଥିବା ସମୟରେ ଶନିବାର ଉକ୍ତ ଗ୍ରାମର ମିହିର ସ୍ୱାଇଁ (ମିହିନ) ଓ ଅନ୍ୟ ଜଣେ ମଟର ସାଇକେଲରେ ରାସ୍ତା କାର୍ଯ୍ୟ ନିକଟକୁ ଆସିଥିଲେ । ଦୁହେଁ କାର୍ଯ୍ୟ କରାଯାଉଥିବା ସ୍ଥାନରେ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିଲେ । ଗାଳିଗୁଳଜ ସମୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଭୟରେ କାମ ଛାଡି ପଳାଇ ଯାଇଥିଲେ । ଯିଏ କାମ କରିବ ତାକୁ ଜୀବନରୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ଦୀର୍ଘ ୨ ଘଂଟା ରାସ୍ତା କାର୍ଯ୍ୟ ବନ୍ଦ ରଖାଯାଇଥିଲା । ପରେ ଅନୁରୋଧ କରିବା ସତ୍ୱେ ମଧ୍ୟ ସେ କର୍ଣ୍ଣପାତ କରି ନଥିଲେ । ଆଠ ହଜାର ଟଙ୍କା ନେବା ପରେ ରାସ୍ତା କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । କେବଳ ମୋ ଠାରୁ ନୁହେଁ ଏହି ରାସ୍ତାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ଅଧିକାଂଶ ଲୋକଙ୍କ ଠାରୁ ସେ ଧମକ ଦେଇ ବଟି ଆଦାୟ କରୁଥିବା ଜଣାଯାଇଛି । ଅନାୟାସରେ ବଟି ସଂଗ୍ରହ କରି ସାଧାରଣ ଲୋକମାନଙ୍କୁ ହଇରାଣ ଓ ଭୟଭୀତ କରୁଥିବା ଯୁବକମାନଙ୍କ ପ୍ରତି ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗରେ ଦର୍ଶାଯାଇଛି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ