ରାସ୍ତା ନିର୍ମାଣ ଦାବି ରେ ରାସ୍ତା ଅବରୋଧ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ବିଡ଼ିଓ ଗାଁ କୁ ରାସ୍ତା କରିବାର ପ୍ରତିଶ୍ରୁତି ଦେଇ ପାଳନ ନ କରିବାରୁ ଏହାର ପ୍ରତିବାଦ ରେ ଚାରି ମୌଜା ର ଅଧିବାସୀ ମାଧବ – ବାଲିଘାଇ ମୁଖ୍ୟ ରାସ୍ତାକୁ ଚକରୋଡା ଠାରେ ଅବରୋଧ କରିଛନ୍ତି।ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି ଯେ ,ମାଧବ – ବାଲିଘାଇ ରାସ୍ତାର ଚକରୋଡା ଛକ ଠାରୁ ଚାରି ମୌଜା ର ଜନସାଧାରଣ ଯାତାୟାତ କରିଥାନ୍ତି ।ମାତ୍ର ରାସ୍ତା ର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯାଇଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି ।ଏହି ରାସ୍ତା ଉପରେ ବେଗୁନିଆ, ବସନ୍ତପୂର୍ ,କେଉଟସାଳଦା ଚକରୋଡ଼ା ଗ୍ରାମର ୫ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଯାତାୟାତ କରିଥାନ୍ତି ।ଗତ ମାସ ୧୦ ତାରିଖ ରେ ଏହି ସମସ୍ୟା ନେଇ ଚାରି ମୌଜା ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ ।ଘଟଣା ସ୍ଥଳରେ ନିମାପଡ଼ା ବିଡିଓ ଓ ବ୍ଲକ ସହକାରୀ ଯନ୍ତ୍ରୀ ପହଞ୍ଚି ଅବରୋଧ କାରୀ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ରାସ୍ତା କାର୍ଯ୍ୟ ଖୁବ
ଶିଘ୍ର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଇତି ମଧ୍ୟରେ ଏକ ବର୍ଷ ବିତିଲାଣି କିନ୍ତୁ ରାସ୍ତା ରେ ଝୁଡ଼ି ଏ ମାଟି ବି ପଡ଼ିଲା ନାହିଁ ।ତେଣୁ ସେମାନେ ପୁନଶ୍ଚ ଆନ୍ଦୋଳନ କରିବାକୁ ନିଷ୍ପତି ନେଲେ ବୋଲି ଗ୍ରାମବାସୀ ଜଣାଇଛନ୍ତି । ରାସ୍ତା ଅବରୋଧ ଫଳରେ ଗୋପ – ଚାରିଛକ ମୁଖ୍ୟ ରାସ୍ତା ରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।


