ରାସ୍ତା ନିର୍ମାଣ ନାଁରେ ପାଣିନାଳକୁ ପୋତି ଦେଲେ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଓରାଳି ପଞ୍ଚାୟତର ଓରାଳି ଗାଁରେ ଏକ ରାସ୍ତା ନିର୍ମାଣ କରାଯାଉଛି । ରାସ୍ତା ନିର୍ମାଣ ପାଇଁ କୌଣସି ସରକାରୀ କି ବେସରକାରୀ ଯାଗା ନଥିବାବେଳେ ପାଣିନାଳକୁ ପୋତି ତା ଉପରେ ରାସ୍ତା ନିର୍ମାଣ କରାଯାଉଥିବା କିଛି ଗ୍ରାମବାସୀ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ମନରେଗା ଯୋଜନାରେ ଓରାଳି ଶିବ ମନ୍ଦିର ଠାରୁ କେନାଲ ବନ୍ଧ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ପାଇଁ ବ୍ଲକ ପକ୍ଷରୁ କାର୍ଯ୍ୟାଦେଶ ବାହାରିଛି । ଯାହାର ଅଟକଳ ମୁଲ୍ୟ ହେଉଛି ୫ଲକ୍ଷ ଦୁଇ ହଜାର ୫୮ଟଙ୍କା । ଉକ୍ତ କାର୍ଯ୍ୟଟିକୁ ନନ୍ଦିପଦା ଠାରୁ ଓରାଳି ଦେଇ ପ୍ରବାହିତ ହେଉଥବବା ରେବନଦୀକୁ ପୋତାଯାଇ ରାସ୍ତା ନିର୍ମାଣ କରାଯାୁଛି । ଶ୍ରମିକ ବଦଳରେ ମେସିନି ସାହାଯ୍ୟରେ ଏହି କାମ କରାଯାଉଛି । ରେବ ନଦୀକୁ ପୋତିଦେବାପରେ ନଦୀରେ ବର୍ଷାଜଳ ନିଷ୍କାସନ ପାଇଁ ବାଟ ବନ୍ଦ ହେବାସହ ଏହି ନଦୀଦ୍ୱାରା ଉପକୃତ ହେୁତବବା ଆଖପାଖର ଚାଷୀମାନେ ମଧ୍ୟ ପ୍ରଭାବିତ ହେବେ । ଏହାକୁ ଗ୍ରାମବାସୀମାନେ ବିରୋଧ କରିବାରୁ କାମ କରୁତବବା ବ୍ୟକ୍ତି ମାନେ କନିଷ୍ଠଯନ୍ତ୍ରୀଙ୍କ କହିବାନୁ ଯାଇ କାମ ହେଉଛି ବୋଲି କହିଛନ୍ତି । ଯାହାକୁ ନେଇ ଗ୍ରାମବାସୀଭ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ଏନେଇ କିଛି ଗ୍ରାମବାସୀ ହାଟଡିହି ବିଡିଓଙ୍କୁ ଜଣାଇବା ସହ କେନ୍ଦୁଝର ପ୍ରକଳ୍ପ ନିର୍ଦ୍ଧେଶକ ଓ ଭିଜିଲାନସ ବିଭାଗ ବାଲେଶ୍ୱରଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରେ ସେ ଅଭିଯୋଗ ପାଇଛନ୍ତି, ତଦନ୍ତ କଲେ କଣ ହୋଇଛି ଜଣାପଡିବ ବୋଲି କହିଛନ୍ତି ।


