ରାସ୍ତା ନିର୍ମାଣ ପାଇଁ ପାରଳା ବିଧାୟକଙ୍କ ଭୁମି ପୂଜା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳା ପୌରପରିଷଦର ରେଲି ପାପିଡି ସାହିରେ ସିସି ରୋଡ ଓ ଡ୍ରେନ୍ ନିର୍ମାଣ ପାଇଁ ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ଦ୍ୱାରା ଆଜି ଭୁମି ପୁଜା ଅନୁଷ୍ଠିତ ହୋଇଯାଇଛି । ବିଧାୟକଙ୍କ ପାଣ୍ଠିରୁ ଏହାର ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ ହୋଇଛି । ଦୀର୍ଘ ଦିନ ଧରି ଏହି ରାସ୍ତା ନିର୍ମାଣ ପାଇଁ ଲୋକଙ୍କ ଦାବି ରହି ଆସିଥିଲା । ବର୍ତ୍ତମାନର ଭୂମିପୁଜା ପରେ ରାସ୍ତା ନିର୍ମାଣ ନିଶ୍ଚିତ ହେବା ଯୋଗୁଁ ଲୋକଙ୍କ ଠାରେ ଆନନ୍ଦ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ.ସିମାଦ୍ରୀ,ପୁର୍ବତନ ପାରଳା ପୌରାଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ,ବିଜେପି ପାରଳା ନଗର ସଭାପତି ଜମାଦାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।


