ରାସ୍ତା ପାରି ହେଉଥିବା ସମୟରେ ଦୁର୍ଘଟଣା ଜଣେ ମୃତ
ଜମନକିରା,(ଲିପନ ନାଏକ):ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବାଇପାସ ରାସ୍ତାରେ ଦୁର୍ଘଟଣା ଘଟି ଜଣକ ର ମୃତ୍ୟୁ ଘଟିଛି ମୃତକ ଜଣକ ଜମନକିରା ବ୍ଲକ ସର୍ଡ଼l ଗ୍ରାମ ପଂଚାୟତ ତିଲେଇ ମାଲ ଗ୍ରାମର ସିପ୍ରିୟାନ କୁଲ୍ଲୁ ଥିବା ଜଣା ପଡ଼ିଛି। ସିପ୍ରି୍ୟାନ ଓଡି ୧୫ ଜେଡ ୫୫୯୨ ନମ୍ବର ବିଶିଷ୍ଟ ଏକ ଗାଡ଼ିରେ ଜମନକିରା ରୁ ନିଜ ଘର କୁ ଫେରୁଥିବା ବେଳେ ରାଧାକୃଷ୍ଣ ପଡ଼ା ରୁ ସର୍ଡl ରାସ୍ତା କ୍ରସିଂଙ୍ଗ ରେ ଦେବଗଡ଼ ପଟୁ ସମ୍ବଲପୁର ପଟକୁ ଯାଉଥିବା ଲୁହା ପଥର ବୋଝେଇ ଏକ ଟ୍ରକ ନମ୍ବର ଓଡି ୦୯ ୟୁ ୫୯୭୨ ଟ୍ରକ ସହିତ ଦୁର୍ଘଟଣା ହୋଇଥିଲା ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ହିଁସିପ୍ରିୟାନଗାଡ଼ି ଚକା ତଳେ ପଡିଯାଇଥିଲେ ଓ ଗାଡ଼ି ଚକ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।


