ରାସ୍ତା ପାର୍ଶ୍ବ ନାଳ ପାଖରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବୁଧବାର ରାତିରେ ନୁଣିପଡ଼ା ଶାସନ ରାସ୍ତା ପାର୍ଶ୍ୱ ଏକ ନାଳ ପାଖରୁ ଜଣେ 23 ବର୍ଷୀୟ ଯୁବକଙ୍କ ମୃତ ଶରୀର ଉଦ୍ଧାର ହୋଇଛି I ମୃତ ଯୁବକ ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ କଣ୍ଟେଇକୋଳିଆପଲ୍ଲୀ ଗ୍ରାମର ପ୍ରତାପ ଗୌଡ଼ଙ୍କ ପୁଅ ବିଜୁ ଗୌଡ଼ (23) I ସୂଚନା ପ୍ରକାରେ ବିଜୁ ଛୋଟବେଳୁ ନୁଣିପଡ଼ା ଶାସନରେ ନିଜ ମାମୁ ଘରେ ରହି ମେଣ୍ଢା ଏବଂ ଗାଈଗୋରୁ ଚରାଉଥିଲା I ବୁଧବାର ରାତି ନଅ ଘଣ୍ଟା ତିରିଶି ମିନଟ୍ ସମୟରେ ସେ ଖଇନି କିଣିବା ପାଇଁ ଘରୁ ବାହାରି ଆସିଥିଲା I କିନ୍ତୁ ବହୁ ସମୟ ଧରି ବିଜୁ ଘରକୁ ନ ଫେରିବାରୁ ଘର ଲୋକେ ବିଜୁକୁ ଖୋଜାଖୋଜି କରିଥିଲେ I ରାତି ପ୍ରାୟ ଏଗାରଟା ସମୟରେ ବିଜୁ ଗାଆଁର ଏକ ନାଳ ପାଖରେ ପଡିଥିବାର ଲୋକେ ଦେଖି ତାକୁ ସଙ୍ଗେ ସଙ୍ଗେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ I ସେଠାରେ ଡାକ୍ତର ବିଜୁକୁ ମୃତ ଘୋଷଣା କରିଥିଲେ I ବିଜୁର ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଏହି ଆଘାତ କେନାଲ୍ ର କଂକ୍ରିଟ୍ ଛଡ଼ରେ ବାଜି ହୋଇଥିବା ପୋଲିସ୍ ଅନୁମାନ କରୁଛି I ଏନେଇ ଗାଙ୍ଗପୁର ପୋଲିସ୍ 18/24 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଗାଙ୍ଗପୁର ଏସ୍ଆଇ ଅଜୟ କୁମାର ମଲ୍ଲିକ୍ ଘଟଣାର ତଦନ୍ତ କରୁଛନ୍ତି I ବିଜୁର ଶବକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ