ରାସ୍ତା ପାର୍ଶ୍ୱ ରୁ ନବଜାତକ ଶିଶୁ ମୃତ ଦେହ ଉଦ୍ଧାର

ଭଞ୍ଜନଗର,( ସନ୍ତୋଷ କୁମାର ଜେନା):ମଙ୍ଗଳବାର ଅପରାହ୍ନ ୪ଟା ବେଳେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସହରର ସତ୍ୟ ସାଇ ଉଚ୍ଚ ବିଦ୍ୟାଳୟ ଠାରୁ ଗାମୁଣ୍ଡି ଗ୍ରାମ କୁ ଯିବା ରାସ୍ତାପାର୍ଶ୍ୱ ରେ ଥିବା ଛୋଟ କେନାଲ ହିଡ଼ ଉପରେ ଏକ ନବଜାତ ଶିଶୁ ର ମୃତ ଶରୀର ଦେଖିବାକୁ ମିଳିଥିଲା l ସ୍ଥାନୀୟ ଲୋକେ ଦେଖିବା ପରେ ଏହି ଅଞ୍ଚଳ ରେ ଖବର ଚାରିଆଡେ ବ୍ୟପିବାରୁ ବହୁତ ଲୋକ ସେଠାରେ ରୁଣ୍ଡ ହୋଇଥିଲେ l କିଛି ଲୋକେ ମୃତ ଶିଶୁ କନ୍ୟା ବୋଲି କହୁଥିବା ବେଳେ କିଛି ଲୋକ ମୃତ ଶିଶୁ ପୁତ୍ର ବୋଲି କଥା ହେଉଥିବା ଶୁଣିବାକୁ ମିଳିଥିଲା l କିନ୍ତୁ ସେହି ନବଜାତ ମୃତ ଶିଶୁ କାହାର ଏବଂ କେଉଁ କାରଣ ରୁ ସେଠାରେ ପଡିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ