ରାସ୍ତା ପାଶ୍ୱର୍ରେ ଥିବା ଜମିରେ ପଡିଛି ଖପୁରୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ଥାନା ଅନ୍ତର୍ଗତ ତିହୁଡାରୁ ଗୋଠଦାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ପାଶ୍ୱର୍ର ତିହୁଡା ଠାରେ ଥିବା ଅନିଲ ଲେଙ୍କାଙ୍କ ଘର ପଛ ପାଶ୍ୱର୍ର ଏକ ପରିତ୍ୟକ୍ତ ଜମିରେ ଶନିବାର ଏକ ଖପୁରୀ ପଡିଥିବାର ଦେଖିବାକୁ ମିଳିଥିଲା । ଖପୁରୀ କେଉଁଠୁ ଆସିଲା କାହା ଖପୁରୀ ତାହା ଚର୍ଚ୍ଚା ହେବା ପରେ କିଛି ସମୟ ସେଠାରେ ଜନଗହଳି ଦେଖିବାକୁ ମିଳିଥିଲା । ଏସଂକ୍ରାନ୍ତରେ ଥାନାକୁ ଖବର ଦିଆଯିବା ପରେ ଥାନା ଆଇଆଇସି ଶୁଭ୍ରାଂଶ ଶେଖର ପରିଡାଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ଦୀପ୍ତିମୟୀ ବିଶ୍ୱାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିବା ଜଣାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଗତ ୨୦୨୧ ଅକ୍ଟୋବର ୮ ତାରିଖରେ ପଡିଶା ଗାଁ ମହିଷାମୁଣ୍ଡାର କେତକୀ ସାହାଣୀ ବୟସ ୮୫ ବର୍ଷ ଘରୁ କୁଆଡେ ଚାଲି ଯାଇଥିଲେ । ଏ ସଂକ୍ରାନ୍ତରେ ପୁଅ ବଟକୃଷ୍ଣ ସାହାଣୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ପରିବାର ଓ ବନ୍ଧୁବାନ୍ଧବ ମିଶି ବୃଦ୍ଧାଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ଉକ୍ତ ଖପୁରି ସେହି ବୃଦ୍ଧାଙ୍କର ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ବୃଦ୍ଧା ଜଣଙ୍କ ଧାନ ବିଲରେ ପଡିଯାଇଥିବା ବେଳେ ବର୍ଷାରେ ଉଠି ପାରି ନଥିବା ମଧ୍ୟ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ