ରାସ୍ତା ପ୍ରଶସ୍ତ ନାମରେ ଗଛ କଟା ;ବର୍ଷ ବର୍ଷ ଧରି ମୂଳ  ଗଣ୍ଡି ପଡି ରହିଛି, ଯାତାୟାତ ରେ ସମସ୍ଯା

ଜି. ଉଦୟଗିରି,(ଓ୍ବାଇଏନ୍ଏସ୍): ଜି. ଉଦୟଗିରି ସହରରେ  ଜନସଂଖ୍ୟା ବ୍ରୁଦ୍ଧି ହେବା ସହିତ ବଢୁଛି ଗାଡି ଘୋଡ଼ା ସଂଖ୍ଯା । ଏହାକୁ ଦ୍ରୁଷ୍ଟିରେ ରଖି ଜି. ଉଦୟଗିରି ସର୍କୁଲାର ରୋଡ କୁ ପ୍ରଶସ୍ତ କରାଯିବା ଯୋଜନା ହୋଇଥିଲା । ଯେଉଁ ରାସ୍ତା ରେ ବଜାର ରେ ଯାନି ଯାତ୍ରା ହେଲେ ମୁଖ୍ଯ ରାସ୍ତା ବ୍ଲକ କରାଯାଉଥିବା ବେଳେ ଏହି ସର୍କୁଲାର ରୋଡ ବ୍ଯାପକ ଭାବେ ବ୍ଯବହାର କରାଯାଇ ଥାଏ । ପ୍ରଶସ୍ତିକରଣ ନାମରେ  ବହୁ ବିଶାଳକାୟ ଆମ୍ବ ଗଛ କାଟି ଦିଆଗଲା । କିନ୍ତୁ  ବର୍ଷ ବର୍ଷ ଧରି ମୂଳ ପଡି ରହିଛି । ଏହି ଦ୍ରୁଶ୍ଯ ବଡସାହୀ ରୁ କଚେରୀ ସାହୀ ମଧ୍ଯ ରେ ଥିବା ସର୍କୁଲାର ରୋଡରେ ଦେଖିବାକୁ ମିଳିଛି । ଯାହାଦ୍ୱାରା ଏବେ ଅଧିକ ଯାତାୟାତ ରେ ସମସ୍ଯା ସ୍ରୁଷ୍ଟି ହେବା ସହିତ ଅଳିଆ ଆବର୍ଜନା ଗଦା ହୋଇଥିବା ଦେଖିବାକୁ ମିଳିଛି । ଏହି ଭଳ କାମକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବି ।  ପରିବେଶ ସନ୍ତୁଳନ ପାଇଁ ବ୍ରୁକ୍ଷ ର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ବେଳେ, ଚାରା ରୋପଣ ପାଇଁ, ସଚେତନ ପାଇଁ ସରକାର କୋଟି କୋଟି ଖର୍ଚ୍ଚ କରିଥାନ୍ତି ।  କିନ୍ତୁ ସରକାରୀ ସ୍ତରରେ ଏଭଳି ଅକାରଣ ରେ ବିଶାଳକାୟ ଗଛ କାଟିବା କୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଜନତା । କତ୍ରୁପକ୍ଷ ଦ୍ରୁଷ୍ଟି ଦେବାକୁ ଦାବୀ ହୋଇଛି, ଏନଏସି କାର୍ୟ୍ଯ ନିର୍ବାହୀ ଅଧିକାରୀ କଂ ପ୍ରତିକ୍ରିୟା ମିଳି ପାରିନି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ