ରାସ୍ତା ବିପର୍ଯ୍ୟସ୍ତ ଲୋକେ ହନ୍ତସନ୍ତ

ତିର୍ତୋଲ,(ଅଭିଷେକ ତ୍ରିପାଠୀ ):  ରଘୁନାଥପୁର ବ୍ଲକ ଅଧୀନ ନାଲିବର ଠାରୁ ରେଢ଼ୁଆ କୁ ସଂଯୋଗ କରୁଥିବା ରାସ୍ତାର ଦେଉଳସାହି ଠାରୁ ରେଢ଼ୁଆ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଵିପଯ୍ୟସ୍ତ ହୋଇପଡିଥିବା ବେଳେ ସାଧାରଣ ଲୋକ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି l ବର୍ଷା ଦିନ ଚାଲିଥିବାରୁ ରାସ୍ତାର ଅନେକ ସ୍ଥାନରେ ବଡ ବଡ ଖାଲ ସୃଷ୍ଟି ହେବା ସହ ସେଥିରେ ପାଣି ଜମି ଥିବାରୁ ଗାଡିଚଳା ଚଳ ବାଧାପ୍ରାପ୍ତ ହେଉଥିବା ପାଖ ଗାଁ ର ଲୋକମାନେ ଅଭିଯୋଗ କରିଛନ୍ତି l ଏହି ରାସ୍ତା କୁ ମୁଖ୍ୟ ରାସ୍ତା ଭାବରେ ବ୍ୟବହାର କରୁଥିବା ଏହି ଅଞ୍ଚଳ ର ରେଢ଼ୁଆ, ମୁଣ୍ଡାଳ, ଗମ୍ହାପୁର, ଇଚ୍ଛାପୁର, ସାହାଜପୁର, ଆଦି ଅନେକ ଗାଁ ର ଲୋକମାନେ ଏହି ରାସ୍ତା ଦେଇ ନିଜ ନିଜର କାର୍ଯ୍ୟ କରିଥାନ୍ତି କିନ୍ତୁ ବଡ ପରିତାପର ବିଷୟ ଯେ, ଏହି ରାସ୍ତା ଦୀର୍ଘ ଦିନ ହେବ ମରାମତି ହୋଇନଥିବାବେଳେ ସାଧାରଣ ଲୋକ ନାହି ନଥିବା ଅସୁବିଧା ଭୋଗୁଛନ୍ତି l ଏନେଇ ସ୍ଥାନୀୟ ପ୍ରଶାସନ କୁ ଅଭିଯୋଗ କରିଥିଲେ ମଧ୍ୟ ତାହାର ସମାଧାନ ହୋଇପାରିନାହିଁ l ଏହି ରାସ୍ତାକୁ ତୁରନ୍ତ ମରାମତି କରାନଗଲେ ଆଗାମୀ ଦିନରେ ୨ ଟି ପଞ୍ଚାୟତ ର ଗ୍ରାମବାସୀ ମାନେ ଆନ୍ଦୋଳନ ହେବ ଏ ନେଇ ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ