ରାସ୍ତା ମଝିରେ ଓଲଟିଲା ଵାଲି ଵୋଝେଇ ଟ୍ରକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ୧୬ନମ୍ଵର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ଠାରେ ଏକ ବାଲି ବୋଝେଇ ଟ୍ରକ୍ ଓଲଟି ପଡିଥିବା ଦେଖିବାକୁ ମିଳିଛି । ଆଜି ଦିନ ପ୍ରାୟ ୨.୪୫ମିନିଟ ସମୟରେ ଓଡି ୨୨ଜି ୨୩୫୫ଟ୍ରକଟି ବାଲି ବୋଝେଇ କରି ଆଖୁଆପଦା ପଟୁ ବାଲେଶ୍ଵର ଅଭିମୁଖେ ଯାଉଥିଲା । ଭଣ୍ଡାରିପୋଖରୀ ବସଷ୍ଟାଣ୍ଡ ସମବାୟ ବ୍ୟାଙ୍କ ସମ୍ମୁଖରେ ଗାଡିଟିର ବ୍ରେକ ଫେଲ ହୋଇ ଯିବାରୁ ରାସ୍ତା ମଝିରେ ଓଲଟି ପଡିଥିବା ସୂଚନା ମିଳିଛି । ଦୁର୍ଘଟଣା ଯୋଗୁଁ ରାସ୍ତାରେ ଦୀର୍ଘ ସମୟ ଧରି ଵିଭିନ୍ନ ଗାଡି ଚଳାଚଳ ଵାଧାପ୍ରାପ୍ତ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଂଚି ସ୍ଥିତି ସ୍ଵାଭାବିକ କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ