ରାସ୍ତା ମରାମତି ଦାବିରେ ବିଜେପିର ରାସ୍ତାରୋକ
ବାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ୍): ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ତତ୍ତ୍ୱାବଧାନରେ ଟାଉନହଲ ଛକଠାରୁ କୁନ୍ତଳାକୁମାରୀ ମହାବିଦ୍ୟାଳୟ ଛକ ପର୍ଯ୍ୟନ୍ତ ଓ ସୁଏଲପୁର ରାସ୍ତାର ଦୂରାବସ୍ଥା ପ୍ରତିବାଦରେ ରାସ୍ତାରୋକ କରାଯାଇଥିଲା । ବହୁ ଦିନ ଧରି ରାସ୍ତାର ଦୂରାବସ୍ଥା, ରାସ୍ତାର ପ୍ରଶସ୍ତିକରଣ, ମରାମତି, ଭାରିଯାନ ଚଳାଚଳର ସମୟ ନିର୍ଦ୍ଧାରଣ ଆଦି ଦାବି ଉପସ୍ଥାପନା କରାଯାଇଥିଲା । ଏହି ଆନ୍ଦୋଳନ ବିଜେପିର କାର୍ଯ୍ୟକର୍ତ୍ତା ଓ ସୁଏଲପୁରର ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ସୁବାଶିଷ ପିରି, ନିରଞ୍ଜନ ଦାସ, ମୁକୁନ୍ଦ ପଣ୍ଡିତ, ପଦ୍ମଲୋଚନ ବାରିକ, ନିଳକଣ୍ଠ ବେହେରା, ମହେଶ୍ୱର ବେହେରା, ରାଜେନ୍ଦ୍ର ଦାସ, ଜାମିନି ବେହେରା, ଉମାକାନ୍ତ ବେହେରା, ସୁରେନ୍ଦ୍ର ରାମ, ନବକିଶୋର ସେଠୀ, ପ୍ରକାଶ ବେହେରା, କୁନୁ ବେହେରା, ବାବୁ ବାରିକ, ଏସ.କେ ଜାବିର ଓ ସମସ୍ତ ବ୍ୟବସାୟୀ ଯୋଗ ଦେବା ସହ ତୁରନ୍ତ ରାସ୍ତାର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଶେଷରେ ପୌର ପରିଷଦର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।