ରାସ୍ତା ମରାମତି ପାଇଁ ଦାବି

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ପୁରୀପଡା ହରିଜନ ସାହିକୁ ଥିବା କେନାଲ ରାସ୍ତାଟି ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଇଛି । ଆର.ଡି. ରୋଡ ଠାରୁ ହରିଜନ ସାହିକୁ ଯାଇଥିବା ରାସ୍ତାଟି ଉପରେ ପ୍ରାୟ ୧୦/୧୨ଗୋଟି ପରିବାର ଯାତାୟତ ପାଇଁ ନିର୍ଭର କରିଥାଆନ୍ତି । ଖରାଦିନେ ଯେନତେନ ଉପାୟରେ ଲୋକାମାନେ ଯାତାୟତ କରୁଥିବାବେଳେ ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ନକହିବା ଭଲ । ଏପରିକି ବର୍ଷା ଚାରିମାସ ସଂଙ୍କୀର୍ଣ୍ଣ କେନାଲ ରାସ୍ତାରେ ସାଇକେଲ, ମୋଟସାଇକେଲ ତ ଦୂରର କଥା ଚାଲିଚାଲି ଯିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡୁଛି । ରାସ୍ତା ମରାମତି ପାଇଁ ବିଭିନ୍ନ ସମୟରେ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ସୁଦ୍ଧା କେହି ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି । ପରିଶେଷରେ ଆଜି ସାହିର ରାଜେନ୍ଦ୍ର ମଳିକ, ଜିତେନ୍ଦ୍ର ମଳିକ, ଶାନ୍ତି ମଳିକ, ବିଣ୍ଣୁଚରଣ ମଳିକ, କବିତା ମଳିକ, ଭାମା ମଳିକ, ସବିତା ମଳିକ, ଉମା ମଳିକ, ସ୍ୱେତା ମଳିକ ପ୍ରମୁଖ ବିଡିଓଙ୍କ ନିକଟରେ ରାସ୍ତା ମରାମତି ପାଇଁ ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ