ରାସ୍ତା ମରାମତ ି ନେଇ ଜାତୀୟରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଲେ ବିଧାୟକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁରର ସର୍ବାଙ୍ଗୀନ ଉନ୍ନତି ପାଇଁ ସଦାସର୍ବଦା ନିର୍ବାଚନ ମଣ୍ଡଳୀରେ ବିଜୟହେବା ଦିନ ଠାରୁ ଛତ୍ରପୁର ବିଧାୟକ ସୁବାସଚନ୍ଦ୍ର ବେହେରା ଉଦ୍ୟମକରି ଆସୁଛନ୍ତି ।ଏନେଇ ଛତ୍ରପୁର ଜାତୀୟ ରାଜପଥ ପାଶ୍ୱର୍ରେ ଥିବାକଲେଜ ଛକ ଠାରୁ ଦମକଳବାହିନୀ ଛକ ପର୍ଯ୍ୟନ୍ତ ଖାଲଖମା ରାସ୍ତାକୁ ତୁରନ୍ତ ନିର୍ମାଣ ସକାଶେ ବିଧାୟକ ଶ୍ରୀବେହେରା ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ଚିଠିମାଧ୍ୟମରେ ଜଣାଇଛନ୍ତି । ଏହାସହ କାଳିଆବାଲି ଠାରୁ ବଡ଼ମାଧପୁର ପର୍ଯ୍ୟନ୍ତ ଯାଇଥିବା ପିଏଚଡି ରାସ୍ତାକୁ ତୁରନ୍ତ ମରାମତି କରିବାକୁୁ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି ।ସେହିପରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଓ ଗଞ୍ଜାମ ମେଡ଼ିକାଲରେ ଡାକ୍ତର ପଦବୀ ପୂରଣ ନିମନ୍ତେ ବିଧାୟକ ବିଭାଗୀୟମନ୍ତ୍ରୀ ନବ କିଶୋର ଦାଶଙ୍କୁଭେଟି ଚିଠି ପ୍ରଦାନ କରିଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ଏହି କାର୍ଯ୍ୟକ୍ରମକୁ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୂୟସୀ ପ୍ରଶଂସାକରାଯାଇଛି ।