ରାସ୍ତା ରୋକ ଅଭିଯୋଗରେ ଯୁବକ ଗିରଫ

ଯୋଡ଼ା,(ଯୁଗାବ୍ଦ ନୁ୍ୟଜ୍) : କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଲଠାରେ ଶନିବାର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ହୋଇଥିବା ରାସ୍ତା ରୋକ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା କଣାପଡିଛି । ଗିରଫ ଯୁବକଙ୍କ ନାମ ଶିବୁ ଶର୍ମା ବୋଲି ଜଣାପଡିଛି ।ଏହି ବିସୟରରେ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ଜରିବାହଲ ଅଂଚଳର ଶିବୁ ଶର୍ମା ଶିନିବାର ଦିନ ସକଳା ୭ ଟା ସମୟରେ ଜରିବାହାଲଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ପ୍ରବର୍ତାଇ ରାସ୍ତାରୋକ ଆନେ୍ଦାଳନ କରାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ସମାଧାନ କରି ଛାତ୍ରୀଛାତ୍ରମାନଙ୍କୁ ଧାରଣାସ୍ଥଳରୁ ଉଠାଇଥିଲା । ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ଏହି ଆନେ୍ଦାଳନ ପାଇଁ ଶିବୁ ଶର୍ମା ପ୍ରବର୍ତାଇ ଥିଲେ । ଦୀର୍ଘ ୭ ଘନ୍ଟା ଧରି ରାସ୍ତାରୋକ କରାଇବା ଦ୍ୱାରା ସାଧାରଣ ଲୋକ ହଇରାଣ ହରକତ ହେଉଥିବା ବେଳେ ବିଭିନ୍ନ ଖଣି କମ୍ପାନୀ ମାନଙ୍କର ପରିବହନ କାର୍ଯ୍ୟ ଠପ ହୋଇଯାଇଥିଲା । ତେବେ ଏନେଇ ଏକ ଖଣି କମ୍ପାନୀ ପକ୍ଷରୁ ବାମେବାରୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ କାର୍ଯ୍ୟାନୁÂାନ ଗ୍ରହଣ କରିଛି । ହେଲେ ପୋଲିସର ଏହି କାର୍ଯ୍ୟାନୁÂାନକୁ ସାଧାରଣ ମହଲରେ ନିନ୍ଦା କରାଯିବା ସହିତ ମୌଳିକ ସୁବିଧା ପାଇଁ ସ୍ୱର ଉଠାଇଲେ ପୋଲିସ ଦମନଲୀଳା କରୁଛି ବୋଲି ଜନସାଧାରଣ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ