ରାସ୍ତା ସମସ୍ୟାକୁ ନେଇ ବ୍ଲକ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଗୋପ ଗ୍ରାମର ୧୦ନମ୍ବର ୱାର୍ଡର ମୁଖ୍ୟ ରାସ୍ତାଟି ପାଣିକାଦୁଅରେ ସରବର ହୋଇଯାଇଥିବାରୁ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲୋକେ ଘରୁ ବାହାରକୁ ବାହାରି ପାରୁ ନଥିବାବେଳେ ଛାତ୍ରଛାତ୍ରୀମାନେ ସ୍କୁଲ କଲେଜ ଯିବାରେ ନାନା ଅସୁବିଧା ଭୋଗୁଛନ୍ତି । ଏପରିକି ଗାଁ ବୃଦ୍ଧବୃଦ୍ଧା ମାନେ ଶୌଚ ପାଇଁ ଯାଇପାରୁ ନଥିବାବେଳେ ରାସ୍ତାଟି ଯାତାୟତ ପାଇଁ ସମ୍ପୁର୍ଣ୍ଣ ଅନୁପଯୋଗୀ ହୋଇପଡିଛି । ଗତ ୩/୪ମାସ ତଳେ ଏହି ବ୍ଲକ ପକ୍ଷରୁ ମନରେଗା ଯୋଜନାରେ ରବୀ ସେଠୀ ଘରଠାରୁ କେନାଲ ବନ୍ଧ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୮ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ଠିକାଦାର ଅଳ୍ପ କିଛି ମୋରମ, ବାଲି ପକାଇ କାମ ସାରିଦେଇଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହାକୁନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁନେଇ ବରିଷ୍ଠ ବିଜେପି ନେତା ଆଲୋକସେଠୀଙ୍କ ନେତୃତ୍ୱରେ ଆଜି ସନ୍ଧ୍ୟାମଣି ଦାସ, ରବିନ୍ଦ୍ର ବାରିକ, ପ୍ରମୋଦ ବେହେରା, ନିରଞ୍ଜନ ରଣା, ରଞ୍ଜନ ବେହେରା, ବିକାଶ ସେଠୀ, ନିତ୍ୟାନନ୍ଦ ଶଙ୍ଖୁଆ, କୈଳାଶ କୁମାର ଶଙ୍ଖୁଆ, ରମାମଣୀ ଦାସ, ଜାନକୀ ଶଙ୍ଖୁଆ, ମଲ୍ଲୀ ପରିଡା, ଶଶିକଳା ଜେନା, ସରସ୍ୱତୀ ଶଙ୍ଖୁଆ, କାଳନ୍ଦି ପରିଡା, ତିଳୋତ୍ତମା ପରିଡା, ରଞ୍ଜନ ଜେନା, ଜଳଧର ବେହେରା, ତପନ ସାହୁ, ବଦ୍ରି ସାହୁ, ଗୋବିନ୍ଦ ନାୟକ, ରମେଶ ନାୟକ, ମୁଳିଆ ପରିଡା, ଯୁଦ୍ଧିଷ୍ଠିର ବେହେରା, ଜଳଧର ବେହେରା ପ୍ରମୁବ୍ୱିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଅପରାହ୍ନରେ ବିଡିଓ ବ୍ଲକକାର୍ଯ୍ୟାଳୟକୁ ଆସିବାପରେ ଧାରଣାରତ ଗ୍ରାମବାସୀଙ୍କ ଠାରୁ ଦାବିପତ୍ର ଗ୍ରହଣ କରିବାପରେ ସେମାନଙ୍କୁ ବୁଝାସୁଝା କରି ଧାରଣାରୁ ହଟାଇଥିଲେ । ପରେ ଗ୍ରାମବାସୀଙ୍କ ସହିତ ବିଡିଓ ବିନିତା ବିଜୟିନୀ ଓ କନିଷ୍ଠଯନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ସାହୁ ଗାଁକୁ ଯାଇ ଉକ୍ତ ରାସ୍ତା ପରିଦର୍ଶନ କରି ଏହାର ତୁରନ୍ତ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ସେ ପ୍ରତିଶୃତି ଦେଇଥିଲେ । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ ରାସ୍ତାକାମ ସମ୍ପୁର୍ଣ୍ଣ ହୋଇନାହିଁ । ମେଣ୍ଟଲିଂ ଓ ମୋରମ ବିଛା କାମ ବାକି ଅଛି । ଯାହାବି କରାଯାଇଥିଲା ମୋଗା ୱାର୍ଟର ପ୍ରୋଜେକ୍ଟ ପାଇପ ବିଛାଇବା ପାଇଁ ରାସ୍ତାଟିକୁ ଖୋଳିଦେବାରୁ ଏପରି ଅବସ୍ଥା ହୋଇଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ