ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି ମୁଦୁଲିପଦା ଓ ବଣିଆରୀ ଗ୍ରାମବାସୀ

ହାଟଡିହି, (ଓ୍ବାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ଠାରୁ କେନ୍ଦ୍ର ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳର ରାସ୍ତା, ପାନୀୟଜଳ ଓ ଶିକ୍ଷା ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାପାଇଁ କୋଟିକୋଟି ଟଙ୍କା ବ୍ୟୟ କରିବା ସହ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । କିନ୍ତୁ ଏବେବି ଅନେକ ଗାଁ ଅଛି ଯେଉଁଠି ଯେଉଁଠି ରାସ୍ତା ଖଣ୍ଡିଏ ପାଇଁ ଗାଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ହାଟଡିହି ବ୍ଲକ କଳିଗାଁ ପଞ୍ଚାୟତର ମୁଦୁଲିପଦା ଓ ବଣିଆରୀ ଦୁଇଟି ଗ୍ରାମର ଲୋକମାନେ ରାସ୍ତା ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଗାଁ ଦୁଇଟିରେ ଏକହଜାରରୁ ଉର୍ଦ୍ଧ ଲୋକ ବସବାସେ କରୁଥିବାବେଳେ ଓରାଳି-ଶାଳଣିଆଁ ମୁଖ୍ୟରାସ୍ତା ଠାରୁ ମାତ୍ର ଏକ କିଲୋମିଟର ଦୁର ରାସ୍ତା ବର୍ଷବର୍ଷ ଧରି ନିର୍ମାଣ ହୋଇପାରୁନି । ଏହି ପଞ୍ଚାୟତର ଆଖପାଖ ଗାଁ ଗୁଡିକ କେଉଁଠି ପିଚୁ ସଡକ ତ ଆଉ କେଉଁଠି ପକ୍କା ସଡକ ଥିବାବେଳେ ଏହି ଗାଁ ଦୁଇଟି ପାଇଁ ଏକ ମାଟି ସଡକ । ଯାହାକି ସାମାନ୍ୟ ବର୍ଷାହେଲେ ଆଣଣ୍ଠୁଏ ବହଳର କାଦୁଅ ହୋଇ ଯାତାୟତ କ୍ଷେତ୍ରରେ ନାନା ଅସୁବିଧା ସୃଷ୍ଟି ହେଉଛି । ଏପରିକି ସ୍କୁଲ ପିଲାମାନେ ସ୍କୁଲକୁ ଯାତାୟତ କରିପାରୁ ନଥିବାବେଳେ କଲେଜ ଛାତ୍ରଛାତ୍ରୀମାନେ ଗାଁ ବାହାରେ ସାଇକେଲ ରଖି ଯାତାୟତ କରୁଛନ୍ତି । ଗତ ୫ବର୍ଷ ତଳେ ଗାଁ ରାସ୍ତାଟିକୁ ମେଣ୍ଟଲିଂ କରାଯାଇଥିବାବେଳେ ତା ପରେ ଆଉ ମରାମତି କରାଯାଇ ନାହିଁ । ଫଳରେ ଏବେ ଅନେକ ଖାଲଖମା ସୃଷ୍ଟି ହେବାସହ ଆଣ୍ଠୁଏ ଲେଖାଏଁ କାଦୁଅ ହୋଇ ଯାତାୟତ ଅନୁପଯୋଗୀ ହୋଇପଡିଛି । ଏନେଇ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନକୁ ଅନୁରୋଧ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମର ସୁରେଶ ଚନ୍ଦ୍ର ସାହୁ, ତପନ ମାଝୀ, ଗଣେଶ୍ୱର ମାଝୀ, ଗୟାଧର ସାହୁ, ଗୋପାଳ ମାଝୀ, ଶତୃଙ୍‌ନ ମାଝୀ, କୃଷ୍ଣ ଚନ୍ଦ୍ର ସାହୁ, ଉମାକାନ୍ତ ସାହୁ, ନୃଷିହଂ ସାହୁ, ନିରଞ୍ଜନ ସାହୁ, ଗୋପାଳ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ତୁରନ୍ତ ଗ୍ରାମ ରାସ୍ତାଟିକୁ ନିର୍ମାଣ ଲାଗି ସେମାନେ ଦାବି କରିିଛନ୍ତି । ଏ ସମ୍ପର୍କରେ କଳିଗାଁ ସରପଞ୍ଚ ଅମରେନ୍ଦ୍ର ଧଳଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇ ପ୍ରକଳ୍ପ ଅନୁମୋଦନ ପାଇଁ ଦେଇଛନ୍ତି ବୋଲି କହିଥିବାବେଳେ ବିଡିଓ ଜୟଦେବ ଦାସ ତୁରନ୍ତ ଏହାକୁ ନିର୍ମାଣ ଲାଗି ପଦକ୍ଷେପ ନିଆଯାଉଛି ବୋଲି ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ