ରାସ୍ତା ସମସ୍ୟାରେ ଘାଣ୍ଟି ହେୁଛନ୍ତି ବ୍ରହ୍ମଣିକଳା ଗ୍ରାମବାସୀ, ଘରୁ ବାହାରିଲେ ଆଣ୍ଠୁଏ କାଦୁଅ

ହାଟଡିହି, (ଓ୍ବାଇଏନ୍ଏସ୍):ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ ଯୋଜନା ପରେ ଯୋଜନା ମାନ କରିଚାଲିଥିଲେବି ବାସ୍ତବ କ୍ଷେତ୍ରରେ ଗାଁ ଗଣ୍ଡାର ଲୋକମାନଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନି । ଯିଏ ଅଧିକାରୀ ଓ ନେତା ମାନଙ୍କୁ ଖସି କରିପାରିଲା ସେ ଯୋଜନା ଗୁଡିକୁ ତା ପରେ ତାପରେ ହାତେଇ ନେଇ ପାରିଲା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ହାଟଡିହି ବ୍ଲକରେ । ଏହି ବ୍ଲକରେ କେଉଁଠି କଂକ୍ରିଟ ରାସ୍ତା ଉପରେ ପୁଣତ କଂକ୍ରିଟ ହେଉଛି ତ ଆଉ କେଉଁଠି ଯେଉଁ ମାଟି ରାସ୍ତାକୁ ସେହି ମାଟି ରାସ୍ତା । ଏପରି ଦେଖିବାକୁ ମିଳିଛି ଶାଳଣିଆଁ ପଞ୍ଚାୟତ ବ୍ରାହ୍ମଣିକଳା ଗ୍ରାମରେ । ଗ୍ରାମରେ ୯ଶହରୁ ଉର୍ଦ୍ଧ ଲୋକ ବସବାସ କରୁଥିବାବେଳେ ଗାଁର ଉଭୟ ପଟୁ ଦୁଇଟି ରାସ୍ତା ଗାଁ ଭିତରକୁ ପସି ଯାଇଛି । ଗୋଟିଏ ମରୈଗାଁ ଛତାବର ଏମାଙ୍ଗମେଣ୍ଟ ପଟୁ ତ ଆଉ ଗୋଟିଏ ଶାଳଣିଆଁ ବ୍ରାଞ୍ଚ କେନାଲରୁ । କିନ୍ତୁ ଗାଁ ଭିତରକୁ ଯାଇଥିବା ଏହି ମୁଖ୍ୟ ରାସ୍ତାଟି କାଦୁଅରେ ଭରପୁର ହୋଇଯାଇଛି । ପଞ୍ଚାୟତର ଅନ୍ୟ ଗାଁ ମାନଙ୍କରେ କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବାବେଳେ ଏହା ଏବେବି ସେହି ମାଟି ରାସ୍ତା ହୋଇ ରହିଅଛି । ସାମାନ୍ୟ ବର୍ଷା ହେଲେ ଗାଁ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି । ଗାଁ ଭିତର ଦେଇ ସାଇକେଲଟିଏ ବି ଯାଇ ପାରୁନି । ନିଜ ଆଖିରେ ନଦେଖିଲେ ରାସ୍ତାର ଅବସ୍ଥାକୁ କେହି ବିଶ୍ୱାଷ କରିବେନି । ଏନେଇ ଗ୍ରାମବାସୀମାନେ ବାରମ୍ବାର ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସବୁଠି ଅଭିଯୋଗ କରିଆସୁଥିଲେବି କୌଣସି ସୁଫଳ ମିଳିପାରିନି । ପଞ୍ଚାୟତର ସିଏଫସି, ଟିଏଫସି ଅନୁଦାନରେ ଅନ୍ୟ ଗାଁ ମାନଙ୍କରେ କଂକ୍ରିଟ ରାସ୍ତା ନିର୍ମାଣ ହେଉଥିବାବେଳେ ଗତ ୯ବର୍ଷ ମଧ୍ୟରେ ଏଠାରେ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନି । ୨୦୧୭ ମସିହାରେ ଏହି ରାସ୍ତାଟିକୁ ଆର.ଡି ବିଭାଗକୁ ହସ୍ତାନ୍ତର କରିବାପାଇଁ ପଞ୍ଚାୟତ ସମିତି ବୈଠକରେ ଚିଠାପ୍ରସ୍ତାବ ଆଗତ ହୋଇଥିଲେ ବି ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ପାରିଲାନି । ଫଳରେ ଲୋକମାନେ ଗାଁ ଭିତର ରାସ୍ତାରେ ଯିବା ଆସିବା କରିବାରେ ନାନା ସମସ୍ୟା ଭୋଗ କରୁଛନ୍ତି । କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ଓ ହାଟଡିହି ବ୍ଲକର ବିଡିଓ ତୁରନ୍ତ ଏହି ରାସ୍ତା ସମସ୍ୟା ପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହାକୁ ପକ୍କା ସଡକ ରେ ପରିଣତ କରିବାପାଇଁ ଶାଳଣିଆଁ ପଞ୍ଚାୟତର ସମିତିସଭ୍ୟ ସୁକାନ୍ତୀ ବେହେରା, ଗ୍ରାମର ପ୍ରଦୀପ କୁମାର ବେହେରା, ତ୍ରୀଲୋଚନ ବାରିକ, ଶିଶିର ବେହେରା, ମନୋଜ ଜେନା, କ୍ଷିତିଶ ନାୟକ, ହଳଧର ପ୍ରଧାନ, ନନ୍ଦ କିଶୋର ବେହେରା, ଭୀମସେନ ଜେନା, ପ୍ରଦୀପ ଜେନା, ସୂର୍ଯ୍ୟମଣୀ ସାହୁ, ନଟବର ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ