ରାସ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ସ୍ଥାନରେ ରାସ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଯାଇଛି । ବସନ୍ତିଆସ୍ଥିତ ଫ୍ରେଣ୍ଡସ୍ ୟୁଥ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ୩୫ତମ ବୋଇତ ବନ୍ଦାଣ ଉତ୍ସବରେ ବନ୍ତ ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଜ୍ଞାନ ରଞ୍ଜନ ପଣ୍ଡା କଳସ ଆଣିବା ପରେ ରାଧାକୃଷ୍ଣଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ କୁଳମଣି ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କାର୍ଯ୍ୟକ୍ରମରେ ଫ୍ରେଣ୍ଡସ୍ ୟୁଥ୍ କ୍ଲବର ସମସ୍ତ ସଦସ୍ୟଙ୍କ ସମେତ ବସନ୍ତିଆ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ପୂଜା ମଣ୍ଡପ ସହିତ ଆକର୍ଷଣୀୟ ତୋରଣ ଓ ଆଲୋକ ସଜ୍ଜା କରାଯାଇଛି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା, ମେଲୋଡି ଓ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ବସନ୍ତିଆସ୍ଥିତ ମା ମଂଗଳା ଯୁବକ ସଂଘ ପକ୍ଷରୁ ଏହି ଉତ୍ସବ ପାଳିତ ହେଉଛି । ବେଗନାସ୍ଥିତ ରାଧାକୃଷ୍ଣ କମିଟି ପକ୍ଷରୁ ବୋଇତ ବନ୍ଦାଣ ଓ ରାସ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ରଜନୀ ସେଠୀ ଅତିଥି ଭାବେ ଯୋଗ ଦେଇ ବୋଇତ ବନ୍ଦାଣ ଉତ୍ସବକୁ ଉଦ୍ଘାଟନ କରିଥିଲେ । ଅନନ୍ତ ବାରିକ କଳସ ଆଣିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ହୃଷିକେଶ ନନ୍ଦ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମରେ ରବିନ୍ଦ୍ର ସେଠୀ, ବାପିନ ସେଠୀ, ଚକ୍ରଧର ସେଠୀ, ହଳଧର ଜେନା, ମନରଞ୍ଜନ ନାୟକ, ଘନଶ୍ୟାମ ଓଝା, ରାଜେଶ ସାହାଣୀ, ନବ କିଶୋର ଜେନା ସହଯୋଗ କରିଥିଲେ । ସୋମବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ନିଳୋକସ୍ଥିତ ମହାଦେବ ମନ୍ଦିର ପାଶ୍ୱର୍ରେ ରାସପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ କେଶରୀ ଦାଶ, ସ୍ମୃତି ରଞ୍ଜନ ଦାଶ, ଲକ୍ଷ୍ମୀପ୍ରିୟା ପଣ୍ଡା କଳସ ଆଣିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଉପେନ୍ଦ୍ର ମିଶ୍ର, ଶଙ୍କର୍ଷଣ ମିଶ୍ର ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଶୁକ୍ରବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଟିଲୋ ବଡସାହିସ୍ଥିତ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ସଂଗ୍ରାମ କେଶରୀ ଜେନା ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ । ନିରଞ୍ଜନ ଲେଙ୍କା, ମାଧବ ବିଶ୍ୱାଳ, ପ୍ରଦୀପ ପଢିଆରୀ କଳସ ଆଣିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ନଗେନ୍ଦ୍ର ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । କାର୍ଯ୍ୟକ୍ରମରେ ଆଲୋକ କୁମାର ରାଉତ, ଉଦୟ ବିଶ୍ୱାଳ, ସିପୁନ୍ ଖିଲାର, ଚଗୁଲୁ ପଢିଆରୀ, କାହ୍ନୁ ଜେନା, ବାପୁ ବିଶ୍ୱାଳ, ଗୋପବନ୍ଧୁ ଜେନା, ଧିରେନ୍ଦ୍ର ପଢିଆରୀ, ଅଜିତ୍ ପଢିଆରୀ, ଲକି ମାଷ୍ଟର ସ୍ୱାଇଁ, ପ୍ରଣବ ଲେଙ୍କା, ଲାଲା ସ୍ୱାଇଁ ପ୍ରମୁଖ ସହଯୋଗ କରୁଛନ୍ତି । ଶୁକ୍ରବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ସେହିପରି ଗଣିଜାଙ୍ଗ, ଓଡଙ୍ଗ, ରାମକୃଷ୍ଣପୁର, ରାମପୁର, ଛୟାଳସିଂ ଆଦି ପଞ୍ଚାୟତରେ ଏହି ଉତ୍ସବ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି ।


