ରାହାମା ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ): ଜଗତସିଂହପୁର ଜିଲ୍ଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦ ପକ୍ଷରୁ ଆଜି ରାହାମା ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି |ବିଶେଷ ଭାବରେ ଦୁର୍ଘଟଣା କୁ କିଭଳି ଭାବରେ ରୋକା ଯାଇପାରିବ ବେପରୁଆ ଗାଡିଚାଳନା କୁ କିଭଳି ରୋକିବା ଓ ଟ୍ରାଫିକି ନିୟମାବଳୀ କୁ ମାନି ଚାଲିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପାଲା ମାଧ୍ୟମରେ ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା| ବିଶେଷଭାବରେ ମଦ୍ୟପାନ କରି ଗାଡିଚାଳନା ନ କରିବା ଓ ଧ୍ରୁତ ଗତିରେ ଗାଡି ଚାଳନା ନ କରିବା ପାଇଁ ପାଲରେ ଗାୟକ ଉପଦେଶ ଦେଇଥିଲେ |ଏଥିରେ ଜଗତସିଂହପୁର ଜିଲ୍ଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ସଭାପତି ଗଗନ ବିହାରୀ ପୃଷ୍ଟି, ମହିଳା ଶାଖା ସଭାପତି ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ, ରାଜ୍ୟ ଉପଭୋକ୍ତା ସଂଘର ସଭାପତି ବଂଶୀଧର ଆଚାର୍ଯ୍ୟ, ରାଜ୍ୟ ସହ ସମ୍ପାଦକ ଅଶିତ ରଞ୍ଜନ ରାଉତରାୟ, ଜିଲ୍ଳାମିଡ଼ିଆ ପ୍ରଭାରୀ ଶ୍ରୀକାନ୍ତ ଦାସ, ସଭ୍ୟ ଶ୍ୟାମବନ୍ଧୁ ଦାସ, ଶିକ୍ଷକ ନେତା ଶ୍ରୀ ସିଦ୍ଧଶ୍ୱର ପଣ୍ଡା, ଛାତ୍ରୀ ସ୍ଵୟଶ୍ରୀ ଦାସ, ତନୁଶ୍ରୀ ଦାସ, ତିର୍ତ୍ତୋଲ ଥାନା ଅଧିକାରୀ ଶ୍ରୀ ବିବେକାନନ୍ଦ ସାହୁ, ଓ ବିଶିଷ୍ଟ ପାଲା ଗାୟକ ନଟବର ବିଶ୍ଵାଳ ଓ ତାଙ୍କ ସାଥି ସଭିଁଏ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ