ରାହୁଲଙ୍କୁ ଟାର୍ଗେଟ କଲେ ସ୍ମୃତି

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଅମେଠିକୁ ଦୁଇ ଦିବସୀୟ ଗସ୍ତ କରିଛନ୍ତି । ସେ ଦିଲ୍ଲୀରୁ ଲକ୍ଷ୍ନୌ ବିମାନ ବନ୍ଦର ଆସିଥିଲେ ଏବଂ ସେଠାରୁ ସିଧା ସଳଖ ଅମେଠି ପାଇଁ ବାହାରି ଯାଇଥିଲେ । ଏହି ଅବସରରେ ସେ ଏକ ଜନସଭାରେ ସମ୍ବୋନ୍ଧିତ କରିଛନ୍ତି । ସମ୍ବୋନ୍ଧନ କରିବା ସମୟରେ ରାହୁଲ ୱାୟନାଡ ଆସନରୁ ଲଢିବାକୁ ନେଇ ସିଧା ଟାର୍ଗେଟ କରିଛନ୍ତି ।ସ୍ମୃତି କହିଛନ୍ତି, ରାହୁଲ ଅମେଠିରେ ୧୫ ବର୍ଷ ଧରି ଶାସନର ଉପଭୋଗ କଲେ । ଏବେ ଅନ୍ୟ କୌଣସୀ ସ୍ଥାନକୁ ପଳାୟନ କରୁଛନ୍ତି । ଏହା ଅମେଠିର ଜନତାଙ୍କ ପାଇଁ ଅପମାନର ବିଷୟ । ତେଣୁ ଆସନ୍ତା ସମୟରେ ଅମେଠିର ଜନତା ତାଙ୍କୁ ବୁଦ୍ଧି ଶେଖେଇବେ ।ତେବେ ଲୋକସଭା ନିର୍ବାଚନରେ ଅମେଠି ପାଇଁ ବିଜେପି ପ୍ରତ୍ୟାଶୀ ଘୋଷଣା ହେବା ପରେ ସ୍ମୃତି ଇରାନୀ ଆଜି ପ୍ରଥମ ଥର ପାଇଁ ଅମେଠିରେ ପହଂଚିଛନ୍ତି । ଆଜି ସେ ସଲୋନରେ କିସାନ ମୋର୍ଚ୍ଚା ଏବଂ ଆସନ୍ତା କାଲି ତିଲୋଇରେ ଆୟୋଜିତ ପଛୁଆ ବର୍ଗ ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ