ରାହୁଲ ଗାନ୍ଧୀଙ୍କ ପ୍ରତି ଦୁର୍ବ୍ୟବହାର ନେଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ତଳେ ନିରବ ସତ୍ୟାଗ୍ରହ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଅଖିଳ ଭାରତ କଂଗ୍ରେସ କମିଟି ଏବଂ ପ୍ରଦେଶ କମିଟି ସଭାପତି ନିର୍ଦ୍ଦେଶ କ୍ରମେ ସୋମବାର ଦିନ ପୂର୍ବାହ୍ନରେ ମୟୁରଭଞ୍ଜ କଂଗ୍ରେସ କମିଟି ତରଫରୁ ଉତ୍ତର ପ୍ରଦେଶର ପୋଲିସର ହାଥରସ୍ ଘଟଣାରେ ପିଡିତା ମୃତ ଯୁବତୀଙ୍କ ଶବକୁ ପରିବାରକୁ ହସ୍ତାନ୍ତର ନ କରିବା, କିରୋସିନି ଢାଳି ପୋଡ଼ି ମାରି ଦେବା, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା କୁ ଦୁର୍ବ୍ୟବହାର କରିବା ପ୍ରତିବାଦରେ ସ୍ଥାନୀୟ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ତଳେ ଏକ ନିରବ ସତ୍ୟାଗ୍ରହ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ପ୍ରଦେଶ ସରକାରଙ୍କ ଦ୍ଵାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ସହ ଦଳିତଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ଏହି ମୌନ ସତ୍ୟାଗ୍ରହରେ ପୂର୍ବତନ ସାଂସଦ ସୁଶିଳା ତିରିଆ, ମହିଳା ନେତ୍ରୀ ସସ୍ମିତା ଘୋଷାଲ, ପୂର୍ବତନ ଉପନଗରପାଳ ପ୍ରଦୀପ ମିଶ୍ର, ପୂର୍ବତନ ସଂପାଦକ ଯୋଗେଶ ଅଗ୍ରୱାଲ,ବିଜୟ ସିଂ କୋଭିଡ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ,ମୀନ କେତନ ବେହେରା ,ପ୍ରଦୀପ ଦାସ, ଅରବିନ୍ଦ ଦାସ, ଶେଖ୍ ମୁସ୍ତାଫା,ନିର୍ମଳ ପ୍ରଧାନ, ତୁଷାର ବେହେରା,ବିକ୍ରମ ବର୍ମା, ଇତିଶ୍ରୀ ମିଶ୍ର, ରଶ୍ମିତା ମିଶ୍ର,ଚନ୍ଦୁରୁ ସେଠୀ,ଇନ୍ଦୁମତୀ ମହାନ୍ତି, ଦେବାଶିଷ ଅଧିକାରୀ, ବିକାଶ ସାମଲ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ