ରାୟଗଡ଼ରେ ଧୁମଧାମରେ ନୂତନ ବର୍ଷ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଶତାବ୍ଦୀ ବାପଟୀଷ୍ଟ ମଣ୍ଡଳୀରେ ନୂତନ ବର୍ଷ ମହା ଆଡ଼ମ୍ବର ସହିତ ପାଳିତ ହୋଇଯାଇଛି । ପାଳକ ଆଚାର୍ଯ୍ୟ ଗିଦିଅନ ମିଶାଲଙ୍କ ସଭାପତିତ୍ବରେ ସମସ୍ତ କାର୍ଯକ୍ରମ ଶାନ୍ତି ଶୃଙ୍ଖଳାର ସହିତ ହଜାର ହଜାର ଖ୍ରୀଷ୍ଟ ପ୍ରେମୀଙ୍କ ଉପସ୍ଥିତିରେ ରଙ୍ଗ ବେରଙ୍ଗର ସାଜସଜ୍ଜା ସାହିତ ଅନୁଷ୍ଠିତ ହୋଯାଇଅଛି। ପବିତ୍ର ଖ୍ରୀଷ୍ଟ ଜୟନ୍ତି ଡିସେମ୍ବର ୨୫ ତାରିଖ ଠାରୁ ନୂଆ ବର୍ଷ ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଗ୍ରାମର ସମସ୍ତ ସାହି ଓ ଚର୍ଚ୍ଚଗୃହରେ ରଙ୍ଗ ବେରଙ୍ଗର ଲାଇଟ୍ ସହିତ ସାଜସଜା ହୋଇ ନୂତନ ବସ୍ତ୍ର ପରିଧାନ କରି ସୁନ୍ଦର ଭାବରେ ଗ୍ରାମର ଯୁବକ ଯୁବତୀ ମାନେ ଗୀତଗାନ କରିଥିବାବେଳେ ଅନ୍ୟ ମାନେ ପ୍ରବନ୍ଧ ପାଠ କରି ଶୁଣାଇଥିଲେ ଏବଂ ପ୍ରଭୁଯିଶୁଙ୍କ ବାକ୍ୟ ରାୟଗଡ଼ା ଜିଲ୍ଲାର ପାଳକ ପ୍ରମୋଦ ଗୁରୁ ପରିବେଶ କରିଥିଲେ l ଉକ୍ତ ସ୍ଥାନରେ ରାୟଗଡ ଥାନା ଅଧିକାରୀ ସୁନିଲ କୁମାର ବେହେରା ଓ ତାଙ୍କ ସହ ଓଆଇସ ରତ୍ନନିଧି ପାତ୍ରଙ୍କୁ ଫୁଳତୋଡ଼ା ଓ ଉପୋଡୋକନ ଦେଇ ସମ୍ବର୍ଦ୍ଧନା କରିବା ସହିତ ଉପହାର ସହକାରେ ପବିତ୍ର ବାଇବୋଲ ମଧ୍ଯ ପ୍ରଦାନ କରାଯାଇଥିଲା l ଏହି ସମୟରେ ଚର୍ଚ୍ଚର ସମସ୍ତ କମିଟି ଓ ଗ୍ରାମର ସମସ୍ତ ଖ୍ରୀଷ୍ଟ ପ୍ରେମୀ ପରିବାର ଉପସ୍ଥତ ଥିବା ଦେଖିବାକୁ ମିଳିଥିଲା । ବ୍ଲକ ରେ ଥିବା ମାର୍ଲୋବା, ନାରାୟଣ ପୁର, ଗଣ୍ଡାହାତି, ଜିରାଙ୍ଗ ଆଦି ବିଭିନ୍ନ ସ୍ଥାନରେ ନୂଆବର୍ଷ ପାଳନ ଶାନ୍ତି ଶୃଙ୍ଖଳାର ସହ ପାଳନ ହୋଇଥିବା ଜଣାପଡିଛି।


