ରାୟଗଡ଼ ଆଇଟିଆଇରେ ଫୁଡ ପଏଜନ ଯୋଗୁଁ ୨୦ ଛାତ୍ରଛାତ୍ରୀ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ସଦର ମହକୁମା ସ୍ଥିତ ଥିବା ସରକାରୀ ଶିଳ୍ପ ଓ ତାଲିମ କେନ୍ଦ୍ରରେ ଫୁଡ ପଏଜନ ଯୋଗୁଁ ପ୍ରାୟ ୨୦ ଜଣ ଛାତ୍ରଛାତ୍ରୀଙ୍କ ସମେତ ଦୁଇ ଜଣ ଶିକ୍ଷକ ଝାଡ଼ା, ପେଟ ବ୍ୟଥାରେ ଗୁରୁତର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେଥୁରୁ ୯ ଜଣ ଛାତ୍ରଛାତ୍ରୀ ଗୁରୁତର ହେବାରୁ ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି। ଉକ୍ତ ଅନୁଷ୍ଠାନରେ ମେଡିକାଲ୍ ଟିମ୍ ପହଞ୍ଚି ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି। ମଙ୍ଗଳବାର ଖାଦ୍ୟ ଖାଇବା ପରେ ରାତିରେ ଝାଡ଼ା ଓ ପେଟ ବ୍ୟଥା ହୋଇଥିଲା। ସେଥୁରୁ ୯ ଜଣ ଛାତ୍ରଛାତ୍ରୀ ବୁଧବାର ସକାଳୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ଆଜି ଏମାନଙ୍କ ଅବସ୍ଥା ସ୍ଥିର ଥିବା ଜଣା ଯାଇଛି. ଖାଦ୍ୟ ଯୋଗୁଁ ଏପରି ହୋଇଥାଇ ପାରେ ବୋଲି ମେଡିକାଲ ଅଧିକାରୀ ଡା. ସବୀର କୁମାର ବଳ କହିଛନ୍ତି.