ରାୟଗଡ଼ ପୌରପରିଷଦ ଆନୁକୂଲ୍ୟରେ ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରର ୧୫୦ ବର୍ଷ ପୂର୍ତ୍ତି ଅବସରରେ ପୁରସ୍କାର ବିତରଣ ଉତ୍ସବ

ରାୟଗଡ଼,(ଦୁର୍ଗା ପ୍ରସାଦ ପାଢ଼ୀ): ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏବଂ ରାୟଗଡ଼ା ଜିଲ୍ଲାପାଳଙ୍କ ନିର୍ଦେଶ ଅନୁଯାଇ ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ ଠାରେ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ”ର ୧୫୦ ବର୍ଷ ପୂର୍ତ୍ତି ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। । ଏହି ଅବସରରେ ପୂର୍ବରୁ ରାୟଗଡ଼ ପୌରପରିଷଦ ପରିସୀମା ଭିତରେ ଥିବା ବିଭିନ୍ନ ସ୍କୁଲ ଓ କଲେଜ ସ୍ତରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ (ବକୃତା, ପ୍ରବନ୍ଧ, ବନ୍ଦେ ମାତରମ ଗାନ) କୃତକାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି। କାର୍ଯ୍ୟକ୍ରମରେ ସର୍ବପ୍ରଥମେ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ” ଗାନ କରାଯାଇ ଏହି ମହାନ ଗୌରବ ଗାଥା ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ସମାରୋହରେ ରାୟଗଡ଼ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥିରୁପେ ଯୋଗଦାନ କରିଥିଲେ ଏହା ସହିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଚନ୍ଦ୍ରକାନ୍ତ ମାଝି, ରାୟଗଡ଼ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଯୋଗ ଦେଇଥିଲେ। ପୌରପରିଷଦ ସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ନୂତନ ପିଢ଼ିର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନିଜ ରାଜ୍ୟ ତଥା ମାତୃଭୂମି ଓଡିଶା ପ୍ରତି ରାଷ୍ଟ୍ର ଭକ୍ତି ଜାଗ୍ରତ କରିବା ଏବଂ “ବନ୍ଦେ ମାତରମ”ର ଐତିହାସିକ ଗୁରୁତ୍ଵ ବିଷୟରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ତା ୧୨.୦୧.୨୦୨୬ ଦିନ ରାୟଗଡ଼ ପୌରପାଳିକା ଅଧିନରେ ଥିବା ୫୫ଟି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ପ୍ରାୟ ୧୦୦୦୦ ଛାତ୍ର ଛାତ୍ରୀ ସାମୁହିକ ଭାବେ ରାଷ୍ଟ୍ରୀୟ ସଙ୍ଗୀତ “ବନ୍ଦେ ମାତରମ” ଗାନ କରିଥିଲେ । ଶେଷରେ ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ବେଶ୍ ସଫଳତାର ସହ ସମ୍ପନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ