ରାୟଗଡ଼ ବ୍ଲକ କଇଠପଦର ଗ୍ରାମର ଏକ ଗୁହାଳରୁ ଠାରେ ବୁଡ଼ାସାପ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଠପଦର ସ୍ଥିତ ଏକ ଗୁହଳରୁ ସାତ ଫୁଟଲମ୍ବାର ଏକ ବୁଡ଼ାସାପ ରାୟଗଡ଼ ବନ ବିଭାଗର ଫରେଷ୍ଟରଙ୍କ ଦ୍ଵାରା ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୁଚନା ଅନୁସାରେ କଇଠପଦର ଗ୍ରାମର ମାର୍କଣ୍ଡ ରାଘବଙ୍କ କୁକୁଡ଼ା ଏକ ଗୁହାଳ ଘରେ ଥିବାବେଳେ ସାପଟି କୁକୁଡ଼ାକୁ ଅଧା ଗିଳିଦେଇଥିଲା। ଗ୍ରାମର କିଛି ଲୋକେ ଏହାଦେଖି କୁକୁଡ଼ାକୁ ସାପ ଠାରୁ ଉଦ୍ଧାର କରିଥିଲେ କିନ୍ତୁ କୁକୁଡ଼ାଟି ମୃତ ହୋଇଯାଇଥିଲା। ସାପଟିକୁ ଆୟତ କରିବାସହ ଗ୍ରାମବାସୀ ରାୟଗଡ଼ ବନବିଭାଗକୁ ଖବରଦେଇଥିଲେ ବନବିଭାଗ ଫରେଷ୍ଟର ଦଳପତି ଗମାଙ୍ଗ ତୁରନ୍ତ ଉକ୍ତ ଗ୍ରାମରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ ଓ ସ୍ବାସ୍ଥ୍ୟ ଅବସ୍ଥା ଯାଞ୍ଚ କରି ସାପଟିକୁ ରାୟଗଡ଼ ଉଦ୍ୟାନ ବିଭାଗ ପାର୍ଶ୍ଵ କାର୍ଯ୍ୟାଳୟ ପଛପଟ ଜଙ୍ଗଲରେ ଛାଡ଼ିଦେଇଥିବା ଦେଖିବାକୁ ମିଳିଛି ତେବେ ସାପଟିକୁ ନିକଟ ଜଙ୍ଗଲରେ ଛାଡ଼ିଦେଇଥିବା ହେତୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ