ରାୟଗଡ଼ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ଅହିଂସା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ବାଧିନତା ସଂଗ୍ରାମୀଙ୍କ ସ୍କୃତିକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପରିକ୍ରମା କରୁଥିବା ଅହିଂସା ରଥ ଗୁରୁବାର ସକାଳ ଆଠଘଣ୍ଟା ସମୟରେ ରାୟଗଡ଼ ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଠାରେ ପହଞ୍ଚିବାପରେ ରଥକୁ ଭାବ୍ୟସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ରାୟଗଡ଼ ବ୍ଲକ୍ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜା ରଞ୍ଜିତ ପ୍ରତାପ ବଳ, ଅଧ୍ୟକ୍ଷା ପୂର୍ଣ୍ଣବାସି ନାୟକ, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ପିତାମ୍ବର ବେହେରା, ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ଗମାଙ୍ଗ, ଜିଲ୍ଲାପରିଷଦ ସଭ୍ୟା ଗୌତମୀ ଜାନି, ଉପାଧ୍ୟକ୍ଷ ଜୋତି ପ୍ରାସାଦ ପାଣି, ସିଡିପିଓ ତେରସ୍କଭା ମାଲିକ୍ , ଜି.ପି.ଓ. ସେନାପତି ଶବର, ଓଡ଼ିଶା ଜୀବିକା ମିଶନର ସଂଯୋଜିକା ଲତିକା ଦେବୀ ପ୍ରମୁଖ ଉପସ୍ଥିତ ରହି ରଥକୁ ସ୍ଵାଗତ କରିଥିଲେ। ପ୍ରଶାସନର ପଦାଧିକାରୀଙ୍କ ସହ ଜନସାଧାରଣ ଜାତୀୟ ପତକା ଧରି ନାରାୟଣପୁର ଖ୍ରୀଷ୍ଟିଆନ ସାହି ଠାରୁ ପାରମ୍ପାରିକ ନୃତ୍ୟ ସହ ବିଭିନ୍ନ ସ୍ଲୋଗାନ ଦ୍ଵାରା ପଞ୍ଚାୟତ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ପରେ ଏହି ରଥକୁ ପର୍ଶୁରାମ ଗୁରୁକୂଳ ମହାବିଦ୍ୟାଳୟ ଠାରେ ଓ ଲାଞ୍ଜିପଦର ଠାରେ ଏସକରଡାସିଂ ପଞ୍ଚାୟତ ପକ୍ଷରୁ, ବୁରୁର୍ଜାଙ୍ଗ ଛକରେ କରଡାସୀଙ୍ଗି ପଞ୍ଚାୟତ ପକ୍ଷରୁ, ପରେ ରାୟଗଡ଼ ଆଶ୍ରମ ସ୍କୁଲ ପକ୍ଷରୁ ହାଟପଦାଠାରେ, ରାୟଗଡ଼ ପଞ୍ଚାୟତ ପକ୍ଷରୁ ଶିବ ମନ୍ଦିର ପାଖରୁ ସ୍ଥାନୀୟ ନିର୍ମାଣାଧୀନ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ପାଛୋଟି ଆଣି ସେଠାର ଏକ ସଭା ଆୟୋଜନ କରାଯାଇଥିଲା ପରେ ଏକ ଅହିଂସା ବାର୍ତ୍ତା ର ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା ପରେ ସାନତୁଣ୍ଡି ପଞ୍ଚାୟତ ତରଫରୁ ଚମ୍ପାପୂର୍ ଛକରେ ସରପଞ୍ଚ ଶ୍ରୀମତୀ ସଂଘମିତ୍ରା ଶବରଙ୍କ ତରଫରୁ ଅହିଂସା ରଥର ଡ୍ରାଇଭର ମାନଙ୍କୁ ଓ ଅଧିକାରି ମାନଙ୍କୁ ସମ୍ବର୍ଦ୍ଧନା ପରେ ହାତୀବାଡି ଠାରେ କୁମୁଲାସିଂ ପଞ୍ଚାୟତ ତରଫରୁ, ମାର୍ଲବା ଠାରେ ମାର୍ଲବା ପଞ୍ଚାୟତ ତରଫରୁ ଭାବ୍ୟସମ୍ବର୍ଦ୍ଧନା ଜଣାଇବା ପରେ ରଥକୁ ମୋହନା ଅଭିମୁଖେ ବିଦାୟ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ମହିଳା ସ୍ବୟଂ ସହାୟତା ଗୋଷ୍ଠୀ, ସ୍ବେଛାସେବୀ ଓ ଛାତ୍ରଛାତ୍ରୀ, ଜନପ୍ରତିଧିନି ଓ ବିପୁଳ ମାତ୍ରାରେ ଜନସାଧାରଣଙ୍କ ଉପସ୍ଥିତିରେ ବହୁତ ଆଡ଼ମ୍ବରରେ ଶୋଭାଯାତ୍ରାରେ ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ